ନୂଆଦିଲ୍ଲୀ: ମଙ୍ଗଳ ଓ ଚନ୍ଦ୍ରରେ ସଫଳତା ମିଳିବା ପରେ (ଇସ୍ରୋ) ଆସନ୍ତା ବର୍ଷ ଅର୍ଥାତ୍ ୨୦୧୯ରେ ଭାରତ ପ୍ରଥମ କରି ସୂର୍ଯ୍ୟକୁ ଏହାର ଉପଗ୍ରହ‘ଆଦିତ୍ୟ-୧’ ପ୍ରେରଣ କରିବ। ୨୦୧୨-୧୩ ମସିହାରେ ଏହି ଉପଗ୍ରହ ପ୍ରେରଣର ଯୋଜନା ରହିଥିଲେ ସୁଦ୍ଧା ସମ୍ଭବ ହୋଇପାରିନଥିଲା ବୋଲି ଇସ୍ରୋ ଅଧ୍ୟକ୍ଷ ଏଏସ୍ କିରଣ କୁମାର କହିଛନ୍ତି। କରୋନୋଗ୍ରାଫ ଯନ୍ତ୍ର ଦ୍ୱାରା ଏହି ଉପଗ୍ରହ ସୂର୍ଯ୍ୟର ଅଧ୍ୟୟନ କରିବ ଯେଉଁଥିରେ ଅତି ବାଇଗଣୀ ରଶ୍ମୀ,ସୌର ଝଡ଼ ଓ ବିଭିନ୍ନ ପ୍ରକାର ବିକିରଣ ସମ୍ବନ୍ଧରେ ସୂଚନା ପ୍ରଦାନ କରିବ। ଏହି ଉପଗ୍ରହର ଜୀବନକାଳ ୧୦ ବର୍ଷ ଥିବା ବେଳେ ୧୯୯୫ରେ ଇସ୍ରୋ ପଠାିଥିବା ’ସୋହୋ’ ଉପଗ୍ରହ ପରେ ଏହା ଦ୍ୱିତୀୟ ଉତ୍କଷ୍ଠ ସୂର୍ଯ୍ୟ ଅଭିଯାନ ହେବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ଏହି ଉପଗ୍ରହ ମାଧ୍ୟମରେ ସବୁଠୁ ଚମତ୍କାରୀ‘ସୌର ମେକ୍ସିମା’ ସମ୍ବନ୍ଧରେ ମଧ୍ୟ ତଥ୍ୟ ମିଳିପପାରିବ। ଉଲ୍ଲେଖଯୋଗ୍ୟଯେ,ପ୍ରତି ୧୧ ବର୍ଷରେ ଥରେ ସୂର୍ଯ୍ୟ ନିଜ କକ୍ଷପଥରେ ପରିକ୍ରମଣ କରିବାକୁ ସୌର ମେକ୍ସିମା କୁହାଯାଏ। ଏହା ପ୍ରଭାବରେ ପୃଥିବୀ ପୃଷ୍ଠରେ ଅନେକ ପ୍ରାକୃତିକ ପରିବର୍ତ୍ତନ ମଧ୍ୟ ଦେଖାଯାଇଥାଏ। ଶେଷଥର ପାଇଁ ୨୦୧୨ ମସିହାରେ ଏହା ହୋଇଥିଲା,ଯେଉଁଥିପାଇଁକି ସେତେବେଳେ ପୃଥିବୀ ଧ୍ୱଂସ ହେବା ନେଇ ଚର୍ଚ୍ଚା ହେଉଥିଲା। ସୂର୍ଯ୍ୟ ଏକ ଜ୍ୱଳନ୍ତ ପିଣ୍ଡ ହୋଇଥିବା ବେଳେ ଏହାର କେନ୍ଦ୍ରରେ ସୃଷ୍ଟି ହେଉଥିବା ରସାୟନିକ ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ଆଦିତ୍ୟ ତଥ୍ୟ ପ୍ରଦାନ କରିବ।
୨୦୧୯ରେ ସୂର୍ଯ୍ୟ ଅଭିଯାନ ‘ଆଦିତ୍ୟ-୧’
/sambad/media/post_attachments/wp-content/uploads/2018/01/aditya.jpg)
/sambad/media/agency_attachments/2024-07-24t043029592z-sambad-original.webp)