ନୂଆଦିଲ୍ଲୀ: ଆଜି ଉତ୍ତର ପ୍ରଦେଶର ଏକ ‘ଏସ୍‌ସି/ଏସ୍‌ଟି’ ଅଦାଲତ ହାଥ୍‌ରସ୍‌ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୩ଜଣ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିବା ସହିତ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

Advertisment

୪ ଅଭିଯୁକ୍ତଙ୍କ ବିରୋଧରେ ମାମଲା ଚାଲିଥିଲା।  ୨୦ ବର୍ଷିୟ ସନ୍ଦୀପ, ୩୫ ବର୍ଷିୟ ରବି, ୨୩ ବର୍ଷିୟ ଲବକୁଶ ଏବଂ ୨୬ ବର୍ଷିୟ ରାମୁଙ୍କ ମଧ୍ୟରୁ ଅଦାଲତ ସନ୍ଦୀପଙ୍କୁ ଏହି ଅପରାଧ ନିମନ୍ତେ ଦୋଷୀ ସାବ୍ୟସ୍ତ କରିଛନ୍ତି।

‘ଇଣ୍ଡିଆନ୍‌ ପେନାଲ୍‌ କୋଡ୍’ର ଧାରା ୩୦୪ ଏବଂ ‘ଏସ୍‌ସି/ଏସ୍‌ସି’ ଆଇନ ଅନୁଯାୟୀ ସନ୍ଦୀପ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

କିନ୍ତୁ, ଅଦାଲତଙ୍କ ରାୟରେ ସନ୍ତୁଷ୍ଟ ନୁହନ୍ତି କହି ଝିଅର ପରିବାର ଲୋକେ ହାଇକୋର୍ଟରେ ଆବେଦନ କରିବେ ବୋଲି କହିଛନ୍ତି।

publive-image Image Courtesy of India Today

ସ୍ମରଣଯୋଗ୍ୟ, ୨୦୨୦ ସେପ୍ଟେମ୍ବର ମାସରେ ପଶ୍ଚିମାଞ୍ଚଳ ଉତ୍ତର ପ୍ରଦେଶର ହାଥ୍‌ରସ୍‌ ଜିଲ୍ଲା ଅନ୍ତର୍ଗତ ବୂଲ୍‌ଗଡ଼ିରେ ଜଣେ ୧୯ ବର୍ଷୀୟ ଦଳିତ ତରୁଣୀ ଗଣଦୁଷ୍କର୍ମ ଶିକାର ହୋଇ ଗୁରୁତର ଆହତ ହୋଇଥିଲେ। ଘଟଣାର ୧୫ ଦିନ ପରେ ଦିଲ୍ଲୀର ସଫଦରଜଙ୍ଗ୍‌ ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଦୁଷ୍କର୍ମ ଉଦ୍ୟମରେ ବାଧା ଦେବାରୁ ୪ ଅଭିଯୁକ୍ତ ଉକ୍ତ ତରୁଣୀଙ୍କୁ ଶ୍ବାସରୁଦ୍ଧ କରି ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଦୁଷ୍କର୍ମକାରୀଙ୍କୁ ବାଧା ଦେବା ସମୟରେ ତରୁଣୀଜଣକ ନିଜ ଜିଭକୁ କାମୁଡ଼ି ପକାଇବାରୁ ଜିଭ କଟି ଭୀଷଣ କ୍ଷତ ହୋଇଥିଲା।