୨୦୨୧-୨୨: ଓଡ଼ିଶାକୁ ଖଣିରୁ ୪୯,୮୫୮.୮୭ କୋଟି ରାଜସ୍ବ

ନୂଆଦିଲ୍ଲୀ : ୨୦୨୧-୨୨ରେ ଓଡ଼ିଶାକୁ ଖଣିରୁ ୪୯,୮୫୮. ୮୭ କୋଟି ଟଙ୍କାର ରାଜସ୍ବ ମିଳିଛି। ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଖଣି ଓ କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ। କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ହେଲା ଓଡ଼ିଶାକୁ ଖଣିରୁ ୨୦୧୭-୧୮ରେ ୬,୧୬୧.୪୩ କୋଟି ଟଙ୍କା , ୨୦୧୮-୧୯ରେ ୧୦,୪୯୯.୩୨ କୋଟି ଟଙ୍କା, ୨୦୧୯-୨୦ରେ ୧୧,୦୩୯.୫୯ କୋଟି ଟଙ୍କା ଏବଂ ୨୦୨୦-୨୧ରେ ୧୩.୯୧୮.୨ କୋଟି ଟଙ୍କାର ରାଜସ୍ବ ମିଳିଛି। ଖନନରୁ ହାସଲ ରାଜସ୍ବ ସମ୍ବନ୍ଧିତ ରାଜ୍ୟକୁ ମିଳିଥାଏ ବୋଲି ମନ୍ତ୍ରୀ ଉତ୍ତରରେ କହିଛନ୍ତି।

ସମ୍ବନ୍ଧିତ ଖବର