ଲଣ୍ଡନ: ୟୁରୋପିୟନ ୟୁନିଅନର କୋପରନିକସ୍ ଜଳବାୟୁ ପରିବର୍ତ୍ତନ ସେବା (ସି-୩-ଏସ) ଏକ ରିପୋର୍ଟ ପ୍ରକାଶ କରିଛି ଯେ, ୨୦୨୪ ବର୍ଷ ଇତିହାସର ସବୁଠାରୁ ଉତ୍ତପ୍ତ ବର୍ଷ ବୋଲି ପ୍ରମାଣିତ ହୋଇଛି। ଜାନୁଆରିରୁ ନଭେମ୍ବର ମଧ୍ୟରେ ବିଶ୍ବର ହାରାହାରି ତାପମାତ୍ରା ପୂର୍ବ ଶିଳ୍ପ ଯୁଗ (୧୮୫୦-୧୯୦୦) ତୁଳନାରେ ୧.୫ ଡିଗ୍ରି ସେଲସିୟସ୍ ଅଧିକ ଥିଲା। ଏହା ପୂର୍ବରୁ ୨୦୨୩କୁ ସବୁଠାରୁ ଉତ୍ତପ୍ତ ବର୍ଷ ଭାବରେ ରେକର୍ଡ କରାଯାଇଥିଲା। ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ବଢୁଥିବା ଉତ୍ତାପ ମଣିଷ ଦ୍ବାରା ସୃଷ୍ଟି ହୋଇଥିବା ଜଳବାୟୁ ପରିବର୍ତ୍ତନର ପ୍ରତ୍ୟକ୍ଷ ଫଳାଫଳ ଅଟେ।
୨୦୨୪ ବର୍ଷ ସାରା ବିଶ୍ୱରେ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା। ଇଟାଲୀ ଏବଂ ଦକ୍ଷିଣ ଆମେରିକାରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ନେପାଳ, ସୁଦାନ ଏବଂ ୟୁରୋପରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ମେକ୍ସିକୋ, ମାଲି ଏବଂ ସାଉଦି ଆରବରେ ଉତ୍ତାପ ଲହର ଯୋଗୁ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି।
ଆମେରିକା ଏବଂ ଫିଲିପାଇନ୍ସ ଭଳି ଦେଶରେ ବିନାଶକାରୀ ସାଇକ୍ଲୋନ୍ ବିପର୍ଯ୍ୟୟ ଘଟାଇଥିଲା। ବୈଜ୍ଞାନିକମାନେ କହିଛନ୍ତି ଯେ, ଜଳବାୟୁ ପରିବର୍ତ୍ତନ ଯୋଗୁ ଭବିଷ୍ୟତରେ ଏଭଳି ଘଟଣା ଗୁରୁତର ହୋଇପାରେ।
କୋପରନିକସ୍ ଜଳବାୟୁ ବିଶେଷଜ୍ଞ ଜୁଲିୟାନ୍ ନିକୋଲାସ୍ ଚେତାବନୀ ଦେଇ କହିଛନ୍ତି ଯେ, ରେକର୍ଡ ଅନୁଯାୟୀ, ଚଳିତ ବର୍ଷ ନଭେମ୍ବର ମାସରେ ମଧ୍ୟ ଅସାଧାରଣ ଭାବରେ ଗରମ ରହିଥିଲା। କୋପରନିକସ୍ ଜଳବାୟୁ ବିଶେଷଜ୍ଞ ଜୁଲିଆନ୍ ନିକୋଲାସ୍ କହିଛନ୍ତି, ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ଭବିଷ୍ୟତରେ ଏହି ପରିସ୍ଥିତି ଆହୁରି ଖରାପ ହୋଇପାରେ।
ଜୀବାଶ୍ମ ଇନ୍ଧନ ଏବଂ ଅଙ୍ଗାରକାମ୍ଳ ନିର୍ଗମନର ବୃଦ୍ଧି ବନ୍ଦ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଚେତାବନୀ ଦେଇଛନ୍ତି। ଯଦି ଏହା କରା ନ ଯାଏ ତେବେ ଦିନେ ଦୁନିଆ ତନ୍ଦୁରି ଚୁଲି ପରି ଜଳିବା ଆରମ୍ଭ କରିବ।
ଆସନ୍ତା ବର୍ଷ ଉପରେ ବୈଜ୍ଞାନିକଙ୍କ ନଜର ରହିଛି। ବୈଜ୍ଞାନିକମାନେ କହିଛନ୍ତି ଯେ, ଏଲ୍ ନିନୋ ଏବଂ ଲା ନିନା ପରି ଜଳବାୟୁ ସ୍ଥିତି ତାପମାତ୍ରାକୁ ପ୍ରଭାବିତ କରିଥାଏ। ଲଣ୍ଡନର ଇମ୍ପେରିଆଲ୍ କଲେଜର ବୈଜ୍ଞାନିକ ଫ୍ରେଡେରିକ୍ ଓଟୋ କହିଛନ୍ତି, ଏଲ୍ ନିନୋ ପରିବର୍ତ୍ତେ ଲା ନିନା ପ୍ରଭାବ ଯୋଗୁ ଆସନ୍ତା ବର୍ଷ ତାପମାତ୍ରା ସାମାନ୍ୟ ହ୍ରାସ ପାଇପାରେ।
ସେ ଏହା ମଧ୍ୟ କହିଛନ୍ତି ଯେ, ଏହାର ଅର୍ଥ ନୁହେଁ ଯେ ପରିସ୍ଥିତି ସ୍ୱାଭାବିକ ହେବ। ଏକ ସମ୍ଭାବନା ଅଛି, ଆଗାମୀ ବର୍ଷଗୁଡିକରେ ଆମକୁ ଉତ୍ତାପ ଲହର, ମରୁଡ଼ି, ଜଙ୍ଗଲ ନିଆଁ ଏବଂ ବାତ୍ୟା ପରି ବିପର୍ଯ୍ୟୟର ସାମ୍ନା କରିବାକୁ ପଡିପାରେ। ତେଣୁ ଏନେଇ ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।|
ଅଧିକ ପଢ଼ନ୍ତୁ: ଲାଲୁଙ୍କ ରାଜନୀତି: ମମତା ଦିଦିଙ୍କ କାନ୍ଧରେ ବନ୍ଧୁକ ରଖି କଂଗ୍ରେସକୁ ଗୁଳି
କୋପରନିକସ୍ ଜଳବାୟୁ ପରିବର୍ତ୍ତନ ସେବା କହିଛି ଯେ, ୨୦୨୪ରେ ଅଙ୍ଗାରକାମ୍ଳ ନିର୍ଗମନ ଏକ ରେକର୍ଡସ୍ତରରେ ରହିଛି। ଯଦିଓ ଅନେକ ଦେଶ ଏହାକୁ ହ୍ରାସ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏଭଳି ପରିସ୍ଥିତିରେ ଜଳବାୟୁ ପରିବର୍ତ୍ତନର ଏହି ସଙ୍କଟକୁ ମୁକାବିଲା କରିବା ପାଇଁ କାର୍ବନ ନିର୍ଗମନକୁ ଶୂନକୁ ହ୍ରାସ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ତୁରନ୍ତ ଏହି ଦିଗରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରା ନ ଯାଏ, ତେବେ ଏହା ସମଗ୍ର ବିଶ୍ୱ ପାଇଁ ବିପର୍ଯ୍ୟସ୍ତ ପ୍ରମାଣିତ ହେବାର ଆଶଙ୍କା ରହିଛି।
ଅଧିକ ପଢ଼ନ୍ତୁ: ଜେଡିୟୁରେ ଉତ୍ତରାଧିକାରୀ ଲଢ଼େଇ!: ନୀତୀଶଙ୍କ କ୍ଷମତା ଏବଂ ପାର୍ଟି ଉପରେ ନଜର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2024/12/10/7nEGVuIb1qTyXRE4JUpX.jpeg)