୨୦୨୪ ନିର୍ବାଚନ ଫଳ ସମସ୍ତଙ୍କୁ ଆଚମ୍ବିତ କରିଦେବ: ରାହୁଲ

ନୂଆଦିଲ୍ଲୀ: ଆମେରିକା ଗସ୍ତରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ବିରୋଧୀ ଏକତା ପ୍ରସଙ୍ଗରେ ଟିପ୍ପଣୀ ରଖିଛନ୍ତି। ରାହୁଲ ଗାନ୍ଧି କହିଛନ୍ତି, ବିରୋଧୀ ଦଳଗୁଡ଼ିକ ଖୁବ୍‌ ଭଲଭାବେ ଏକଜୁଟ୍‌ ହେଲେଣି। ୨୦୨୪ ନିର୍ବାଚନ ଫଳ ସମସ୍ତଙ୍କୁ ଆଚମ୍ବିତ କରିଦେବ। ୱାସିଂଟନ‌ରେ ନ୍ୟାସନାଲ ପ୍ରେସ କ୍ଲବ୍‌ରେ ଏକ ଆଲୋଚନା ସମୟରେ ରାହୁଲ ଗାନ୍ଧି ବିରୋଧୀ ଏକତାର ଶକ୍ତିକୁ ନେଇ ଦୃଢ଼ ଆତ୍ମବିଶ୍ବାସର ପରିପ୍ରକାଶ କରିଛନ୍ତି।

ରାହୁଲ କହିଛନ୍ତି, ଆସନ୍ତା ୨ ବର୍ଷରେ କଂଗ୍ରେସ ଖୁବ୍‌ ଭଲ ପ୍ରଦର୍ଶନ କରିବ ଏବଂ ମୁଁ ଭାବୁଛି ୨୦୨୪ ଫଳାଫଳ ସମସ୍ତଙ୍କୁ ଚମକାଇ ଦେବ। ଆଗକୁ ୩ରୁ ୪ଟି ରାଜ୍ୟ ବିଧାନସଭା ନିର୍ବାଚନ‌ରେ ବିଜେପି ସଫା ହୋଇଯିବ ବୋଲି ରାହୁଲ ଗାନ୍ଧି ଦୃଢ଼ୋକ୍ତି ବାଢ଼ିଛନ୍ତି। ଭାରତର ଗଣତନ୍ତ୍ରକୁ ନେଇ ରାହୁଲ କହିଛନ୍ତି ଯେ ଭାରତର ଗଣତନ୍ତ୍ର ସାରା ବିଶ୍ବ ପାଇଁ ମଙ୍ଗଳମୟ। ଯଦି ଭାରତୀୟ ଗଣତନ୍ତ୍ରର ପତନ ଘଟେ ତେବେ ଏହା ସାରା ବିଶ୍ବ ଉପରେ ପ୍ରଭାବ ପକାଇବ। ତେବେ ଗଣତନ୍ତ୍ର ଆମ ରାଷ୍ଟ୍ରର ଆଭ୍ୟନ୍ତରୀଣ ପ୍ରସଙ୍ଗ ଏବଂ ଗଣତନ୍ତ୍ର ପାଇଁ ଲଢ଼ିବା ଆମ କାମ ବୋଲି ରାହୁଲ ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ସମ୍ବନ୍ଧିତ ଖବର