କଂଗ୍ରେସ ନେତା କପିଲ ଶିବଲଙ୍କ ଜନ୍ମଦିନ ପାର୍ଟିରେ ୨୦୨୪ ନିର୍ବାଚନ ପାଇଁ ରଣନୀତି ତିଆରି କଲେ ବିରୋଧୀ

ନୂଆଦିଲ୍ଲୀ: ଜନ୍ମଦିନ ପାର୍ଟିରେ ତିଆରି ହେଲା ନିର୍ବାଚନ ରଣନୀତି। ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ନେତା କପିଲ ଶିବଲଙ୍କ ଜନ୍ମଦିନ ପାର୍ଟିରେ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ଗତକାଲି କପିଲଙ୍କ ଦିଲ୍ଲୀ ବାସଭବନରେ ଆୟୋଜିତ ହୋଇଥିବା ରାତ୍ରୀ ଭୋଜନରେ ଏନସିପିର ଶରଦ ପାୱାର ଏବଂ ସମାଜବାଦୀ ପାର୍ଟିର ଅଖିଳେଶ ଯାଦବଙ୍କ ସମେତ ବିରୋଧୀ ଦଳର ବରିଷ୍ଠ ନେତାମାନେ ଯୋଗ ଦେଇଥିବା ଦେଖାଯାଇଥିଲା।

ଏହି ରାତ୍ରଭୋଜନରେ ବିରୋଧୀ କେନ୍ଦ୍ରକୁ ଟକ୍କର ଦେବା ପାଇଁ ନିଜକୁ କିଭଳି ଦୃଢ଼ କରିବ, ସେ ବିଷୟରେ ଆଲୋଚନା କରିବା ସହ ୨୦୨୪ ନିର୍ବାଚନ ବିଷୟରେ ମଧ୍ୟ ଆଲୋଚନ‌ା କରିଥିବା ସୂତ୍ରରୁ ଜଣାପଡ଼ିଛି। ଏହି କାର୍ଯ୍ୟକ୍ରମରେ ସୀତାରାମ ୟେଚୁରୀ (ସିପିଏମ୍), ଡି ରାଜା (ସିପିଆଇ), ଲାଲୁ ପ୍ରସାଦ ଯାଦବ (ଆରଜେଡି), ଡେରେକ ଓ’ବ୍ରାଇନ୍ (ଟିଏମସି), ତିରୁଚି ସିଭା (ଡିଏମକେ) ଙ୍କ ସମେତ ବିଶିଷ୍ଟ କଂଗ୍ରେସ ତଥା ବିରୋଧୀ ଦଳର ନେତାମାନେ ଯୋଗ ଦେଇଥିଲେ।

2024 poll strategy, Opposition unity on menu at dinner hosted by Congress's Kapil Sibal
indiatoday.in

ବିରୋଧୀ ଦଳର ଏକତା ଏବଂ ୨୦୨୪ ଲୋକସଭା ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟିକୁ ପରାସ୍ତ କରି ନିର୍ବାଚନରେ ଭଲ ପ୍ରଦର୍ଶନ କରିବା ପାଇଁ କଂଗ୍ରେସ ଦଳର ଗୁରୁତ୍ୱ ବିଷୟରେ ଆଲୋଚନା କରାଯାଇଥିଲା। ଏହା ସହ ବିରୋଧୀ ଦଳମାନଙ୍କୁ ଦୃଢ଼ କରିବା ପାଇଁ କଣ କଣ ଆବଶ୍ୟକ, ତାହା ଉପରେ ମଧ୍ୟ ଆଲୋଚନା ହୋଇଥିବା ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର