ନୂଆଦିଲ୍ଲୀ: ୨୦୨୫ ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା ଅକ୍ଟୋବର ୧୦ରେ ହେବାକୁ ଯାଉଛି। ନରୱେର ନୋବେଲ କମିଟି ଏଥିପାଇଁ ୩୩୮ ପ୍ରାର୍ଥୀ (୨୪୪ ବ୍ୟକ୍ତି ଓ ୯୪ ସଂଗଠନ) ମଧ୍ୟରୁ ବିଜେତା ଚୟନ କରିବେ। ନାମାଙ୍କନ ଗୋପନ ରହିଥିଲେ ମଧ୍ୟ, ବିଭିନ୍ନ ମଞ୍ଚର ଆଲୋଚନା ଓ ନେତାଙ୍କ ପ୍ରସ୍ତାବନା ଅନୁଯାୟୀ ୫ ନାମ ଏବେ ଚର୍ଚ୍ଚାରେ ରହିଛି। ସେମାନେ ହେଲେ-
୧. ଡୋନାଲ୍ଡ ଟ୍ରମ୍ପ (ଆମେରିକା ରାଷ୍ଟ୍ରପତି): ଇସ୍ରାଏଲ-ଇରାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଉଦ୍ୟମ ଓ ବିଶ୍ୱ ଶାନ୍ତି ପାଇଁ ଅହରହ କାର୍ଯ୍ୟ କରୁଛନ୍ତି ବୋଲି ଦାବି କରୁଥିବା ଟ୍ରମ୍ପଙ୍କୁ ଇସ୍ରାଏଲ ଓ ପାକିସ୍ତାନ ଭଳି ରାଷ୍ଟ୍ର ନୋବେଲ ପୁରସ୍କାର ପାଇଁ ସୁପାରିସ କହିଛନ୍ତି। ପୁରସ୍କାର ହାସଲ ପାଇଁ ଟ୍ରମ୍ପ ତାଙ୍କ ଅଭିଳାଷ ବାରମ୍ବାର ଜାହିର କରୁଥିବା ଦେଖିବାକୁ ମିଳିଛି।
୨. ପୋପ୍ ଫ୍ରାନ୍ସିସ (ଧର୍ମଗୁରୁ): ବିଭିନ୍ନ ସଂଗଠନ ଦିବଙ୍ଗତ ଫ୍ରାନ୍ସିସଙ୍କୁ ଶାନ୍ତି, ଧର୍ମୀୟ ସମନ୍ୱୟ ଓ ଜଳବାୟୁ କାର୍ଯ୍ୟ ପାଇଁ ନୋବେଲ ପୁରସ୍କାର ଦେବାକୁ ପ୍ରସ୍ତାବ ଦେଇଛନ୍ତି। ଏପ୍ରିଲରେ ତାଙ୍କର ପରଲୋକ ହୋଇଥିଲେ ମଧ୍ୟ ତାଙ୍କୁ ନେବେଲ ଦିଆଯିବା ନେଇ ଚର୍ଚ୍ଚା ଜାରି ରହିଛି ଏବଂ ନୋବେଲ କମିଟିକୁ ଅନେକ ସୁପାରିସ କରାଯାଇଛି।
୩. ଇମ୍ରାନ ଖାନ୍ (ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ): ମାନବାଧିକାର ଓ ଗଣତନ୍ତ୍ର ପାଇଁ କାର୍ଯ୍ୟ ନେଇ ପାକିସ୍ତାନ ୱାର୍ଲଡ ଆଲାଏନ୍ସ ଓ ନରୱେର କେତେକ ସଂଗଠନ ଇମ୍ରାନଙ୍କୁ ନୋବେଲ ପୁରସ୍କାର ଦେବାକୁ ପ୍ରସ୍ତାବ ଦେଇଛନ୍ତି।
୪. ଏଲନ ମସ୍କ (ଟେକ୍ ବିଲିୟନେୟାର): ମୁକ୍ତ ମତ ପ୍ରକାଶକୁ ସମର୍ଥନ ଓ ଲୋକଙ୍କ ଅଧିକାର ସୁରକ୍ଷିତ ରଖିବା ପାଇଁ ମସ୍କଙ୍କ ପ୍ରୟାସ ପାଇଁ ନୋବେଲ ପୁରସ୍କାର ଦିଆଯିବାକୁ ମଧ୍ୟ ଅନେକ ପ୍ରସ୍ତାବ ଦେଇଛନ୍ତି।
୫.ଅନୱର ଇବ୍ରାହିମ (ମାଲେସିଆ ପ୍ରଧାନମନ୍ତ୍ରୀ): ଥାଇଲାଣ୍ଡ-କାମ୍ବୋଡିଆ ଯୁଦ୍ଧବିରତି ଓ ଆଞ୍ଚଳିକ ଶାନ୍ତି ପାଇଁ କାର୍ଯ୍ୟ ନେଇ ଅନେକ ଶିକ୍ଷାବିତ ଅନୱରଙ୍କୁ ନୋବେଲ ଦିଆଯିବାକୁ ପ୍ରସ୍ତାବ ଦେଇଛନ୍ତି।