କିବ୍ : ରୁଷ୍ ଆଜି ସକାଳେ ୟୁକ୍ରେନ୍ର ବିଭିନ୍ନ ସହରରେ ଆକ୍ରମଣ ଆରମ୍ଭ କରିବା ପରଠାରୁ ଦିନକ ମଧ୍ୟରେ ୨୦୩ ଥର ଆକ୍ରମଣ କରିଛି। ୟୁକ୍ରେନ୍ର ସବୁ୍ଆଡ଼େ ଏହା ଆକ୍ରମଣ ଜାରି ରଖିଛି। ୟୁକ୍ରେନ୍ରେ ରୁଷ୍ ୧୧ ଏୟାରଫିଲ୍ଡ ସମେତ ୭୦ରୁ ଅଧିକ ସାମରିକ ପ୍ରତିଷ୍ଠାନ ଧ୍ବଂସ କରିଦେଇଛି ବୋଲି ଦାବି କରୁଛି। ତେବେ ରୁଷ୍ ଆକ୍ରମଣ ବିରୋଧରେ କେବଳ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ କଟକଣା ଘୋଷଣା କରିଛନ୍ତି। ଅନ୍ୟ କୌଣସି ରାଷ୍ଟ୍ର ଏଯାବତ ୟୁକ୍ରେନ୍କୁ ସାମରିକ ସମର୍ଥନ ଦେଇନାହାନ୍ତି। ୟୁକ୍ରେନ୍ର ଜଣେ ସାଂସଦ ମାରିଆ ଲୋନଭା କହିଛନ୍ତି, କେବଳ କଟକଣା ଲଗାଇଲେ ଜୀବନ ବଞ୍ଚିବନି। ୟୁକ୍ରେନ୍କୁ ସୁରକ୍ଷା ଦେବାପାଇଁ ଏବେ ସାମରିକ ସହଯୋଗ କରିବାର ସମୟ ବୋଲି ସେ କହିଛନ୍ତି। ତେବେ ନାଟୋ ରାଷ୍ଟ୍ରମାନେ ସେନା ପଠାଇବା ନେଇ କୌଣସି ଯୋଜନା ସଂପର୍କରେ ସ୍ପଷ୍ଟ କରୁନଥିବାରୁ ୟୁକ୍ରେନ୍ରେ ହତାଶା ବଢ଼ିଯାଇଛି। ଯଦି ଏଭଳି ପରିସ୍ଥିତି ଆଉ ଦୁଇ ଦିନ ଲାଗି ରହେ ତା’ହେଲେ ୟୁକ୍ରେନ୍ ସେନା ଆତ୍ମସମର୍ପଣ ସ୍ଥିତିକୁ ଆସିଯିବ ବୋଲି ସାମରିକ ବିଶେଷଜ୍ଞ ମତ ଦେଇଛନ୍ତି।
ଦିନକରେ ୨୦୩ଥର ଆକ୍ରମଣ: ୧୧ଏୟାରଫିଲ୍ଡ ସମେତ ୭୦ରୁ ଅଧିକ ସାମରିକ ପ୍ରତିଷ୍ଠାନ ଧ୍ବଂସ
କଟକଣା ଜୀବନ ବଞ୍ଚାଇବନି: ୟୁକ୍ରେନ୍ ସାଂସଦ, ସାମରିକ ସହାୟତା ପାଇଁ ଅନୁରୋଧ
/sambad/media/post_attachments/wp-content/uploads/2022/02/5f4h65fs4hf65hs4fhs654sfh56.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)