ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସକାଳ ୮ଟାରେ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ମନ୍ତ୍ରଣାଳୟର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ସକ୍ରିୟ କୋଭିଡ୍-୧୯ ମାମଲା ସଂଖ୍ୟା ୩,୯୬୧ ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୦୩ ଟି ନୂତନ ସଂକ୍ରମଣ ଏବଂ ଚାରି ଜଣଙ୍କ ମୃତ୍ୟୁ ରିପୋର୍ଟ ହୋଇଛି।
ବର୍ତ୍ତମାନ ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ କେରଳରେ ୧,୪୩୫ ଟି ସକ୍ରିୟ ମାମଲା ରହିଛି, ଏହା ପରେ ମହାରାଷ୍ଟ୍ରରେ ୫୦୬, ଦିଲ୍ଲୀରେ ୪୮୩, ଗୁଜରାଟରେ ୩୩୮ ଏବଂ ପଶ୍ଚିମବଙ୍ଗରେ ୩୩୧ଟି ମାମଲା ରହିଛି।
ବୃଦ୍ଧି ପାଉଥିବା ଅନ୍ୟାନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ କର୍ଣ୍ଣାଟକରେ ୨୫୩, ତାମିଲନାଡୁରେ ୧୮୯, ଉତ୍ତର ପ୍ରଦେଶରେ ୧୫୭ ଏବଂ ରାଜସ୍ଥାନରେ ୬୯ ଅନ୍ତର୍ଭୁକ୍ତ।
କୋଭିଡ୍-୧୯ ମାମଲା ତୀବ୍ର ଭାବରେ ବୃଦ୍ଧି ପାଇଛି
ଏହି ବୃଦ୍ଧି ତୀବ୍ର ହୋଇଛି। ୨୨ ମଇରେ ୨୫୭ ଟି ସକ୍ରିୟ ମାମଲା ଥିବା ବେଳେ, ମେ ୨୬ ସୁଦ୍ଧା ଗଣନା ୧,୦୧୦ ରେ ପହଞ୍ଚିଛି ଏବଂ ତା’ପରେ ସୋମବାର (ଜୁନ୍ ୨) ସୁଦ୍ଧା ଏହା ତିନିଗୁଣରୁ ଅଧିକ ବୃଦ୍ଧି ପାଇ ୩,୯୬୧ ରେ ପହଞ୍ଚିଛି।
ଚାଚି ଜଣ ମୃତକଙ୍କ ମଧରେ ଦିଲ୍ଲୀ, ତାମିଲନାଡୁ, କେରଳ ଏବଂ ମହାରାଷ୍ଟ୍ରର ଜଣେ ଲେଖାଏ ବ୍ୟକ୍ତି ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/06/02/bKa6ClPxnCmlRVcoPkLn.jpg)