ନୂଆଦିଲ୍ଲୀ, ୧୧ ଜୁଲାଇ ବିଶ୍ୱ ଜନସଂଖ୍ୟା ଦିବସ। ଉଦ୍୍ବେଗଜନକ ଭାବେ ବଢ଼ି ଚାଲିଥିବା ଜନସଂଖ୍ୟାକୁ ରୋକିବା ପାଇଁ ସଚେତନତା ସୃଷ୍ଟି ଏହି ଦିବସର ଲକ୍ଷ୍ୟ ଥିବାବେଳେ କେବଳ ଭାରତରେ ଏବେ ପ୍ରତି ମିନିଟ୍ରେ ୨୫ଟି ଶିଶୁ ଜନ୍ମ ନେଉଛନ୍ତି। ତେବେ ଏହା କେବଳ ହସ୍ପିଟାଲ ତଥ୍ୟ ଉପରେ ଆଧାରିତ ଥିବା ବେଳେ ବହୁ ସଂଖ୍ୟାରେ ପ୍ରସବ ହସ୍ପିଟାଲ ବାହାରେ ହୋଇଥାଏ। ଜନସଂଖ୍ୟା ବୃଦ୍ଧିକୁ ରୋକିବା ପାଇଁ ଯଥାଶୀଘ୍ର କୌଣସି ଫଳପ୍ରଦ ପଦକ୍ଷେପ ନିଆନଗଲେ ୨୦୩୦ ସୁଦ୍ଧା ଭାରତ ବିଶ୍ୱର ସଠୁବାର ବଡ଼ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର ହେବ ଏବଂ ଏ କ୍ଷେତ୍ରରେ ଭାରତ ଚୀନ୍କୁ ଟପିଯିବ ବୋଲି ଜଣାପଡ଼ିଛି । ବିଶ୍ୱ ଜନସଂଖ୍ୟା ଏବେ ୭୬୩ କୋଟି ରହିଛି। ଏଥିରୁ କେବଳ ଭାରତର ଜନସଂଖ୍ୟା ୧୩୫ କୋଟି। ଭାରତ ଏବେ ଜନସଂଖ୍ୟା ଦୃଷ୍ଟିରୁ ବିଶ୍ୱର ଦ୍ୱିତୀୟ ବଡ଼ ଦେଶ। ସ୍ୱାଧୀନତା ସମୟରେ ଭାରତର ଜନସଂଖ୍ୟା ମାତ୍ର ୩୩ କୋଟି ରହିଥିଲା। ଏବେ ଏହା ୪ଗୁଣରୁ ଅଧିକ ବଢ଼ିଯାଇଛି । ଏହି ଗତି ଜାରି ରହିଲେ ୨୦୩୦ ବେଳକୁ ଭାରତ ଜନସଂଖ୍ୟା ତାଲିକାରେ ବିଶ୍ୱରେ ପ୍ରଥମ ସ୍ଥାନରେ ରହିବ। ଜନସଂଖ୍ୟା ବୃଦ୍ଧି ଯୋଗୁଁ ଭାରତରେ ବିଭିନ୍ନ ସଙ୍କଟ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ବିଭିନ୍ନ କ୍ଷେତ୍ରରେ ସୁବିଧା ସୁଯୋଗର ଘୋର ଅଭାବ ଦେଖିବାକୁ ମିଳୁଥିବା ବେଳେ ଅସୁସ୍ଥ ଲୋକଙ୍କ ସଂଖ୍ୟା ଉଦ୍ବେଗଜନକ ଭାବେ ବଢ଼ି ଚାଲିଛି ।
୨୦୩୦ରେ ଭାରତ ଚୀନ୍କୁ ଟପିବ
/sambad/media/post_attachments/wp-content/uploads/2018/07/08-population-1531133680-1531211664.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)