ଅହମ୍ମଦାବାଦ : ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୫ର ଏକ ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଆଗରେ ୨୦୪ ରନର ଲକ୍ଷ୍ୟ ରଖିଛି ଦିଲ୍ଲୀ କ୍ୟାପିଟାଲ୍ସ।
ଏହି ମ୍ୟାଚରେ ଗୁଜରାଟ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୨୦୩ ରନ କରିଥିଲା । ଦିଲ୍ଲୀ ପକ୍ଷରୁ ପ୍ରାୟ ସମସ୍ତ ଆଗଧାଡ଼ିର ବ୍ୟାଟ୍ସମ୍ୟାନମାନେ ଭଲ ସ୍କୋର କରିଥିବାରୁ ଦଳଗତଭାବେ ଏକ ବଡ଼ ସ୍କୋର ଛିଡ଼ା କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ଅକ୍ଷର ପଟେଲ ୩୯ ରନ କରିଥିବାବେଳେ ଆଶୁତୋଷ ଶର୍ମା ୩୭ ରନ କରିଥିଲେ । କରୁଣ ନାୟାର ଓ ଟ୍ରିଷ୍ଟାନ ଷ୍ଟବ୍ସ ୩୧ ରନ ଲେଖାଏଁ କରିଥିଲେ । କେଏଲ ରାହୁଲ ୨୮ ରନ କରିଥିବାବେଳେ ଅଭିଷେକ ପୋରେଲ୍ ୧୮ ରନ କରିଥିଲେ।
ଗୁଜରାଟ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ୪ଟି ଓ୍ବିକେଟ ନେଇଥିବାବେଳେ ମହମ୍ମଦ ସିରାଜ, ଅର୍ସଦ ଖାଁ, ଇଶାନ୍ତ ଶର୍ମା ଓ ସାଇ କିଶୋର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।