ଲକ୍ଷ୍ନୌ : ଲକ୍ଷ୍ନୌଠାରେ ଖେଳାଯାଉଥିବା ଆଇପିଏଲର ୨୦୨୫ର ଏକ ଲିଗ୍ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ୨୦୪ ରନର ଲକ୍ଷ୍ୟ ରଖିଛି ଲକ୍ଷ୍ନୌ ସୁପରଜାୟାଣ୍ଟସ୍ ।
ଏହି ମ୍ୟାଚରେ ମୁମ୍ବାଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୨୦୩ ରନ କରିଥିଲା । ଦଳ ପକ୍ଷରୁ ବ୍ୟାଟିଂ ଓପନ କରିଥିବା ମିଚେଲ ମାର୍ସ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୩୧ ବଲରେ ୬୦ ରନ କରିଥିଲେ । ସେହିପରି ଆଇଡେନ ମାର୍କରାମ୍ ୩୮ ବଲରେ ୫୩ ରନ କରିଥିଲେ । ଆୟୁଷ ବାଦୋନି ୩୦ ରନ କରିଥିବାବେଳେ ଡେଭିଡ୍ ମିଲର ୨୭ ରନ କରିଥିଲେ । ତେବେ ଦଳର ନିମ୍ନକ୍ରମ ବ୍ୟାଟରମାନେ ବିଫଳ ହୋଇଥିଲେ ।
ମୁମ୍ବାଇ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଭାବୀ ବୋଲିଂ କରି ୫ ଓ୍ବିକେଟ ନେଇଥିଲେ । ସେହିପରି ବିଘ୍ନେଶ ପୁଥୁର, ଟ୍ରେଣ୍ଟ ବୋଲ୍ଟ ଓ ଅଶ୍ବିନୀ କୁମାର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।