ନୂଆଦିଲ୍ଲୀ : ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ରବିବାର ଖେଳାଯାଉଥିବା ଆଇପିଏଲ ୨୦୨୫ର ୨୯ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ ଆଗରେ ୨୦୬ ରନର ଲକ୍ଷ୍ୟ ରଖିଛି ମୁମ୍ବାଇ ଇଣ୍ଡିଆନ୍ସ ।
ଏହି ମ୍ୟାଚରେ ଦିଲ୍ଲୀ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୨୦୫ ରନ କରିଥିଲା । ରୋହିତ ଶର୍ମା ଓ ରିୟାନ ରିକେଲଟନ ଆରମ୍ଭରୁ ସତର୍କତାର ସହ ବ୍ୟାଟିଂ କରି ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ତେବେ ରୋହିତ ଶର୍ମା ମାତ୍ର ୧୮ ରନ କରି ଆଉଟ ହୋଇଥିବାବେଳେ ରିକେଲଟନ ୪୧ ରନ କରିଥିଲେ । ତେବେ ତିଳକ ବର୍ମା ଓ ସୂର୍ଯ୍ୟକୁମାର ଯାଦବଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ୍ ଦେଖିବାକୁ ମିଳିଥିଲା । ତିଳକ ଲଢୁଆ ବ୍ୟାଟିଂ କରି ୫୯ ରନ କରିଥିବାବେଳେ ସୂର୍ଯ୍ୟକୁମାର ୪୦ ରନ କରିଥିଲେ । ସେହିପରି ନମନ ଧୀର ୩୮ ରନ କରିଥିଲେ । ଦିଲ୍ଲୀ ପକ୍ଷରୁ କୂଳଦୀପ ଯାଦବ ଓ ବିପ୍ରାଜ ନିଗମ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।