ଚଣ୍ଡିଗଡ଼ : ଚଣ୍ଡିଗଡ଼ଠାରେ ଖେଳାଯାଉଥିବା ଆଇପିଏଲ ୨୦୨୫ର ୧୮ତମ ମ୍ୟାଚରେ ପଞ୍ଜାବକିଙ୍ଗସ ଆଗରେ  ୨୦୬ ରନର ଲକ୍ଷ୍ୟ ରଖିଛି ରାଜସ୍ଥାନ ରୟାଲ୍ସ ।

Advertisment

ଏହି ମ୍ୟାଚରେ ପଞ୍ଜାବ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ବିକେଟ ହରାଇ ୨୦୫ ରନ କରିଥିଲା । ଦଳ ପକ୍ଷରୁ ଯଶସ୍ବୀ ଜୟସ୍ବାଲ ଓ ସଂଜୁ ସାମସନ ଆରମ୍ଭରୁ ଲଢୁଆ ବ୍ୟାଟିଂ କରି ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ସାମସନ ୩୮ ରନ କରିଥିବାବେଳେ ଜୟସ୍ବାଲ ମାତ୍ର ୪୫ ବଲରେ ୬୭ ରନ କରିଥିଲେ । ରିୟାନ ପରାଗ ଅପରାଜିତ ୪୩ ରନ କରିଥିବାବେଳେ ସିମରନ ହେଟମେୟର ୨୦ ରନ ଓ ଧ୍ରୁବ ଜୁରେଲ୍ ଅପରାଜିତ ୧୩ ରନ କରିଥିଲେ । 

ପଞ୍ଜାବ ପକ୍ଷରୁ ଲକି ଫର୍ଗୁସନ ୨ଟି ଓ୍ବିକେଟ କରିଥିବାବେଳେ ଅର୍ଶଦୀପ ସିଂ ଓ ମାର୍କୋ ଜାନସେନ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।