ପାକିସ୍ତାନରେ ବିଜେପିର ୨୧ ଜଣିଆ ପ୍ରତିନିଧିମଣ୍ଡଳୀ
କରତାରପୁର ସାହିବ ଗସ୍ତ
ନୂଆଦିଲ୍ଲୀ: ପଞ୍ଜାବ ବିଜେପି ସଭାପତି ଅଶ୍ବିନୀ ଶର୍ମାଙ୍କ ନେତୃତ୍ବରେ ୨୧ ଜଣିଆ ପ୍ରତିନିଧିମଣ୍ଡଳୀ କରତାରପୁର ସାହିବ କରିଡର ଦେଇ ଆଜି ପାକିସ୍ତାନରେ ପହଞ୍ଚିଛନ୍ତି। କରୋନା କଟକଣା ଯୋଗୁଁ ୨୦ ମାସ ବନ୍ଦ ରହିଥିବା ଗୁରୁଦ୍ବାର ଦରବାର ସାହିବ ବୁଧବାର ତୀର୍ଥଯାତ୍ରୀମାନଙ୍କ ପାଇଁ ଖୋଲାଯିବା ପରେ ରାଜନୈତିକ ଦଳର ନେତାମାନେ ଦର୍ଶନ ପାଇଁ ପହଞ୍ଚିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
‘ବାବା ନାନକଜୀ ଆମକୁ ଡାକିଛନ୍ତି। ଦେଶ ଏବଂ ରାଜ୍ୟରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ବୃଦ୍ଧି ପାଇଁ ଆମେ ପ୍ରାର୍ଥନା କରିବୁ। ଗୁରୁ ନାନକଙ୍କ ଜନ୍ମଜୟନ୍ତୀ ପୂର୍ବରୁ କରିଡର ଖୋଲିବାକୁ ଅନୁମତି ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଆମେ ଧନ୍ୟବାଦ ଜଣାଉଛୁ।’ ବୋଲି ଶର୍ମା କହିଛନ୍ତି। ସୂଚନାଯୋଗ୍ୟ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନି ଏବଂ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ମଧ୍ୟ କରତରପୁର ଗସ୍ତରେ ବାହାରିଛନ୍ତି।