ଗୁଜରାଟ ଘାଟିରେ ବସ୍‌ ଓଲଟି ୨୧ ମୃତ

ବନାସକାଣ୍ଠା(ଗୁଜରାଟ) : ଉତ୍ତର ଗୁଜରାଟର ବନାସକାଣ୍ଠା ଅନ୍ତର୍ଗତ ତ୍ରିଶୂଳିଆ ଘାଟିରୁ ଏକ ବସ୍‌ ତଳକୁ ଖସିପଡ଼ିବା ଫଳରେ ୨୧ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣାରେ ପାଖାପାଖି ୫୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। ବସ୍‌ ଦୁର୍ଘଟଣାଗ୍ରସ୍ତ ହେବା ଖବର ‌ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜୋର୍‌ଦାର କରିଛି। ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ବିଟ୍‌ କରି ମୃତକଙ୍କ ପରିବାର ଉଦ୍ଦେଶ୍ୟରେ ସମବେଦନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର