ତିରୁବନନ୍ତପୁରମ୍: ଶନିବାର ଦିନ ଦକ୍ଷିଣ ଓ କେନ୍ଦ୍ରୀୟ କେରଳରେ ଭୀଷଣ ବର୍ଷା ହେତୁ ଅନେକ ଅଞ୍ଚଳରେ ଅଚାନକ ବନ୍ୟା ଆସିବା ସହ ଭୂସ୍ଖଳନ ଘଟି ପ୍ରାୟ ୨୬ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଓ ଆହୁରି ଅନେକ ନିଖୋଜ ହୋଇଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।
ରାଜ୍ୟ ରାଜଧାନୀରେ ଜରୁରୀ ବୈଠକରେ ଅଧ୍ୟକ୍ଷତା କରିବା ପରେ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ବିବୃତିରେ କହିଛନ୍ତି, ରାଜ୍ୟର କେତେକ ଅଞ୍ଚଳରେ ପରିସ୍ଥିତି ବାସ୍ତବିକ ସାଙ୍ଘାତିକ। ଜନଜୀବନ ବଞ୍ଚାଇବାକୁ ଆମେ ଯଥା ସମ୍ଭବ କାର୍ଯ୍ୟ କରିବୁ। ଆମେ ସେନା, ନୌସେନା ଓ ବାୟୁସେନାର ସାହାଯ୍ୟ ଲୋଡ଼ିଛୁ। ଜିଲ୍ଲାମାନଙ୍କରେ ରିଲିଫ୍ କ୍ୟାମ୍ପ୍ ସ୍ଥାପନ କରାଯାଇଛି।
ସେନା, ଏନଡିଆରଏଫ, ପୁଲିସ ଏବଂ ଅଗ୍ନିଶମ ବାହିନୀ ସ୍ଥାନୀୟ ଲୋକଙ୍କ ସହ ରବିବାର ସକାଳୁ କୋଟାୟାମ ଜିଲ୍ଲାର କୁଟିକାଲ ଏବଂ ଇଡୁକି ଜିଲ୍ଲାର କୋକକାୟାରଠାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି | ପ୍ରବଳ ବର୍ଷା ସହିତ ଭୂସ୍ଖଳନ ହେତୁ ୧୨ରୁ ଉର୍ଧ୍ଵ ଲୋକ ନିଖୋଜ ଥିବା ସୂଚନା ମିଳିଛି। କେରଳ ସ୍ଥିତି ଦେଖି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି |
ଅନ୍ୟପକ୍ଷରେ, ଅକ୍ଟୋବର ୧୭, ୧୮ ଏବଂ ୧୯ ପାଇଁ ଉତ୍ତରାଖଣ୍ଡର ସମସ୍ତ ୧୩ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରେଡ ଆଲର୍ଟ ଜାରି କରିଛି। ଫଳସ୍ୱରୂପ ଚମୋଲି ପ୍ରଶାସନ ଦ୍ୱାରା ବଦ୍ରିନାଥ ଯାତ୍ରା ପାଣ୍ଡୁକେଶ୍ୱରରେ ବନ୍ଦ କରାଯାଇଛି । ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/t-140.jpg)