ପଶ୍ଚିମବଙ୍ଗ ରାଜନୈତିକ ହିଂସାରେ ୨୧ ଜଣ ମୃତ୍ୟୁବରଣ କରିଛନ୍ତି : ବିଜେପି

କୋଲକାତା : ବିଧାନସଭା ନିର୍ବାଚନ ପରେ ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଜାରି ରହିଛି । ନିର୍ବାଚନରେ ଜିତିଥିବା ତୃଣମୂଳ କଂଗ୍ରେସର କର୍ମୀମାନେ ବିଜେପି କର୍ମୀ ଓ ସେମାନଙ୍କ ପରିବାର ଉପରେ ଆକ୍ରମଣ କରୁଥିବା ବିଜେପି ଅଭିଯ଼ୋଗ କରିଛି । ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲ୍ଲୀପ ଘୋଷ କହିଛନ୍ତି ଯ଼େ ଏହି ହିଂସାରେ ଏପର୍ୟ଼୍ୟନ୍ତ ୨୧ ଜଣ ଲୋକ ପ୍ରାଣ ହରାଇଛନ୍ତି ।

କେନ୍ଦ୍ର ଗୃହ ମନ୍ତ୍ରାଳୟର ଏକ ସତ୍ୟ ଅନୁସନ୍ଧାନକାରୀ ଦଳ ଆଜି ପଶ୍ଚିମବଙ୍ଗ ଗସ୍ତ କରି ସ୍ଥିତି ପରଖିଛନ୍ତି । ଏହି କେନ୍ଦ୍ରୀୟ ଦଳ ଆଗରେ ଘୋଷ ନିଜର ପକ୍ଷ ରଖି କହିଛନ୍ତି ଯ଼େ ପ୍ରାୟ ଅଧା ବିଧାନସଭା ମଣ୍ଡଳୀରେ ହିଂସା ଜାରି ରହିଛି । ଏହି ହିଂସାରେ ପ୍ରାୟ ୨୧ ଲୋକ ମୃତ୍ୟୁବରଣ କରିଛନ୍ତି । ରାଜ୍ୟର ଗ୍ରାମାଞ୍ଚଳ ପରିଦର୍ଶନ କରି ସ୍ଥିତି ପରଖିବାକୁ ଦଳ ପକ୍ଷରୁ କେନ୍ଦ୍ରୀୟ ଟିମକୁ ଅନୁରୋଧ କରାଯ଼ାଇଛି । ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯ଼େ ଏହି ହିଂସାରେ ୧୬ ଜଣ ମୃତ୍ୟୁବରଣ କରିଛନ୍ତି । ସେ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି । ଆଜି ମଧ୍ୟ କେନ୍ଦ୍ର ମନ୍ତ୍ରୀ କେ.ମୂରଲୀଧରନଙ୍କ କାର ଉପରକୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର