ଇସ୍ଲାମ୍ବାଦ: ଶନିବାର ଦିନ ଦକ୍ଷିଣ-ପଶ୍ଚିମ ପାକିସ୍ଥାନର କ୍ବେତା ରେଳ ଷ୍ଟେସନରେ ବୋମା ବିସ୍ଫୋରଣ ଘଟି ବଡ଼ ଧରଣର କ୍ଷୟକ୍ଷତି ହୋଇଛି। ଏହି ବିସ୍ଫୋରଣରେ ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ମୃତ୍ୟୁ ୧୩ ଥିବା ବେଳେ ଏବେ ତାହା ବୃଦ୍ଧି ପାଇ୨୧ରେ ପହଞ୍ଚିଲାଣି। ଏବେ ସୁଦ୍ଧା ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଆହତ ଥିବା ସୂଚନା ରହିଛି।
କ୍ୱେଟାର ବରିଷ୍ଠ ପୁଲିସ୍ ସୁପରିଟେଣ୍ଡେଣ୍ଟ୍ (ଏସଏସପି) ମହମ୍ମଦ ବାଲୋଚ କହିଛନ୍ତି ଯେ ଏହା ଏକ ଆତ୍ମଘାତୀ ବିସ୍ଫୋରଣ ଭଳି ମନେ ହେଉଛି। ଯଦିଓ ଏହା ଖୁବ୍ ଶୀଘ୍ର ନିଶ୍ଚିତ କରାଯିବ ବୋଲି ସେ କହିଛନ୍ତି। ଏହି ବିସ୍ଫୋରଣରେ ଆହତ ହୋଇଥିବା ଅନେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ତେବେ ବିସ୍ଫୋରଣର ବାସ୍ତବ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି।
ପରେଶର ଅଭିମୁଖେ ଯିବାକୁ ଥିବା ଏକ୍ସପ୍ରେସ ଛାଡିବାକୁ ପ୍ରସ୍ତୁତ ହେଉଥିବା ବେଳେ ଏହି ବିସ୍ଫୋରଣ ଘଟିଥିବା ସୂଚନା ରହିଛି। ରେଳ ପ୍ଲାଟଫର୍ମ ନିକଟରେ ଏହି ବିସ୍ଫୋରଣ ଘଟିଛି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ସ୍ଥାନୀୟ କର୍ତ୍ତୃପକ୍ଷ ଏହି ଅଞ୍ଚଳକୁ ଘେରି ରହିଛନ୍ତି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନା ନିଆଯାଇଥିବା ବେଳେ ସେମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।
ବିସ୍ଫୋରଣର କାରଣ କ’ଣ ହୋଇପାରେ ବୋଲି ସେନେଇ ତଦନ୍ତ ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ଗୋଷ୍ଠୀକୁ ଏଥିପାଇଁ ଦାୟୀ କରାଯାଇନାହିଁ। ଏହି ଆକ୍ରମଣ ପାକିସ୍ତାନରେ ବିଶେଷ କରି ଏହାର ଉତ୍ତର-ପଶ୍ଚିମ ଏବଂ ଦକ୍ଷିଣ ଅଞ୍ଚଳରେ ଆତଙ୍କବାଦୀ ହିଂସାର ବ୍ୟାପକ ବିସ୍ତାରର ଏକ ଅଂଶ। ଯେଉଁଠାରେ ବଢୁଥିବା ବିଚ୍ଛିନ୍ନତାବାଦୀ ବିଦ୍ରୋହ ସୁରକ୍ଷା ବ୍ୟବସ୍ଥାକୁ ଟକ୍କର ଦେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/11/09/MAsjxulKcQefjBezqLvW.jpg)