୭୩ବର୍ଷୀୟ ଡାକ୍ତରଙ୍କ ହତ୍ୟା ଅଭିଯୋଗରେ ୨୧ଜଣ ଗିରଫ, ଆନ୍ଦୋଳନ ଡ଼ାକରା ଦେଲେ ଡ଼ାକ୍ତରୀ ସଂଘ

ନୂଆଦିଲ୍ଲୀ : କିଛି ଦିନ ତଳେ ଜଣେ ୭୩ବର୍ଷୀୟ ଡାକ୍ତରଙ୍କୁ ପିଟି ପିଟି କିଛି ଯୁବକ ହତ୍ୟା କରିଥିଲେ । ଏବେ ସେହି ଘଟଣାକୁ ଆଧାର କରି ପୁଲିସ ୨୧ଜଣଙ୍କୁ ଗିରଫ କରିଥିବା ଜଣା ପଡ଼ିଛି । ଏହା ସହ ଏହି ଘଟଣାର ବିରୋଧ କରି ଭାରତୀୟ ଡାକ୍ତରୀ ସଂଘ ଏବେ ଆନ୍ଦୋଳନର ଡ଼ାକରା ଦେଇଛି । ମଙ୍ଗଳବାର ଏହି ଆନ୍ଦୋଳନ ହେବାକୁ ଥିବା ବେଳେ ଏହି ଆନ୍ଦୋଳନରେ ଜରୁରୀକାଳିନ ସେବା ମଧ୍ୟ ସାମିଲ ଥିବା ଜଣାପଡ଼ିଛି ।

ଆସାମର ଗୌହାଟୀରୁ ୩୦୦ କିଲୋମିଟର ଦୂରରେ ଥିବା ଜୋରହାଟରେ ଏହି ଘଟଣା ଘଟିଥିଲା । ଶନିବାର ଜୋରହାଟରେ ଦେବେନ ଦତ୍ତାଙ୍କୁ ଟି-ଇଷ୍ଟେଟ୍‌ର କର୍ମଚାରୀମାନେ ପିଟି ପିଟି ହତ୍ୟା କରିଥିଲେ । ଟି-ଇଷ୍ଟେଟ୍‌ର ଜଣେ କର୍ମଚାରୀଙ୍କ ଚିକିତ୍ସା ଅବସ୍ତାରେ ମୃତ୍ୟୁ ହେବାରୁ ରାଗରେ ଅନ୍ୟ କର୍ମଚାରୀମାନେ ଦେବେନ ଦତ୍ତାଙ୍କୁ ପିଟିବା ଆରମ୍ଭ କରିଥିଲେ, ଯାହାଦ୍ୱାରା ତାଙ୍କର ମୃତ୍ୟୁ ହୋଇଥିଲା ।

doctor
oneindia.com

ସୂଚନା ମୁତାବକ, ସୋମ୍‌ରା ମାଝି ନାମକ ଜଣେ ଟି-ଇଷ୍ଟେଟ୍‌ର କର୍ମଚାରୀଙ୍କୁ ଚିକିତ୍ସା ପାଇଁ ଅଣାଯିବା ପରେ ଦେବେନ ଡାକ୍ତରଖାନାରେ ଉପସ୍ଥିତ ନ ଥିଲେ । ନର୍ସ କର୍ମଚାରୀଙ୍କୁ ସାଲାଇନ୍‌ ଦେବାର କିଛି ସମୟ ପରେ ସୋମ୍‌ରାଙ୍କ ମୃତ୍ୟୁ ଘଟିଥିଲା । ପରେ ଦେବେନଙ୍କୁ ଆସିବା ଦେଖି ଟି-ଇଷ୍ଟେଟ୍‌ର କର୍ମଚାରୀମାନେ ତାଙ୍କୁ ଏକ ଘରେ ବନ୍ଦ କରି ପିଟିବା ଆରମ୍ଭ କରିଥିଲେ । ପୁଲିସକୁ ସୂଚନା ଦିଆଯିବା ପରେ ପୁଲିସ ଆସି ତାଙ୍କୁ ଭିଡ଼ରୁ ବଞ୍ଚାଇ ଜୋରହାଟ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଥିଲା । କିନ୍ତୁ ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଦେବେନ ଅବସର ନେବା ପରେ ମଧ୍ୟ ଇଷ୍ଟେଟ୍‌ ହସ୍ପିଟାଲରେ ନିଜ କାମ ଜାରି ରଖିଥିଲେ ।

ସମ୍ବନ୍ଧିତ ଖବର