କୋଟା : ହାଜତ ମୃତ୍ୟୁ ମାମଲାରେ ରାଜସ୍ଥାନର କୋଟା ସ୍ଥିତ ମହାବୀର ନଗର ଥାନାର ସମସ୍ତ ୨୧ ଜଣ ପୁଲିସଙ୍କୁ ସେଠାରୁ ହଟାଇ ପୁଲିସ ଲାଇନ୍କୁ ପଠାଇ ଦିଆଯାଇଛି। ଗତ ୨୩ ତାରିଖରେ ହନୁମାନ କୋଲି ନାମକ ଜଣେ ବ୍ୟକ୍ତିଙ୍କର ମହାବୀର ନଗର ଥାନା ହାଜତରେ ମୃତ୍ୟୁ ହୋଇଥିଲା। ହନୁମାନ ଏବଂ ତାଙ୍କ ଅନ୍ୟ ୭ ଜଣ ସହଯୋଗୀଙ୍କ ବିରୋଧରେ ଜଣେ ବ୍ୟକ୍ତି ଶାନ୍ତି ଭଙ୍ଗ କରୁଥିବା ପ୍ରସଙ୍ଗରେ ପୁଲିସରେ ଅଭିଯୋଗ କରିବାପରେ ପୁଲିସ ତାଙ୍କୁ ଗିରଫ କରିଥିଲା। ତେବେ ପୁଲିସ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଶୁକ୍ରବାର ଦିନ ହନୁମାନ ଅସୁସ୍ଥ ଅନୁଭବ କରିବାପରେ ତାଙ୍କୁ ନ୍ୟୁ ମେଡିକାଲ କଲେଜ୍ ହସ୍ପିଟାଲ୍ ନିଆଯାଇଥିଲା। କିନ୍ତୁ ଡାକ୍ତରମାନେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ହନୁମାନଙ୍କ ପତ୍ନୀ ଅଭିଯୋଗ କରିଥିଲେ ତାଙ୍କ ସ୍ବାମୀଙ୍କୁ ହାଜତରେ ହିଁ ମାରି ଦିଆଯାଇଛି।
ହାଜତ ମୃତ୍ୟୁ ମାମଲାରେ ୨୧ ପୁଲିସ କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
/sambad/media/post_attachments/wp-content/uploads/2019/08/burdwan_ea57393e-c950-11e9-b728-1326979780a6.jpg)