କାବୁଲ: ଶୁକ୍ରବାର ରାତିରେ ଆଫଗାନିସ୍ତାନ ସେନା ପକ୍ଷରୁ ତାଲିବାନ ଆତଙ୍କବାଦୀଙ୍କ ଉପରେ ବଡ କାର୍ଯ୍ୟାନୁଷ୍ଠାନ ନିଆଯାଇଛି | ଆଫଗାନିସ୍ତାନର ଉତ୍ତର ଜାୱାଜାନରେ ଆଫଗାନିସ୍ତାନ ବାୟୁସେନା ପକ୍ଷରୁ ଏୟାର ଷ୍ଟ୍ରାଇକ କରାଯିବାରୁ ୨୧ଜଣ ତାଲିବାନ ଆତଙ୍କବାଦୀ ନିହତ ହୋଇଛନ୍ତି ।

Advertisment

ଆଜି ସେନାର ମୁଖପାତ୍ର ମହମ୍ମଦ ହନିଫ ରେଜାଇ ଏହି ସୂଚନା ଦେଇଛନ୍ତି। ସେନା ମୁଖପାତ୍ର କହିଛନ୍ତି ଯେ ଏହି ଆକ୍ରମଣ ମୁରଗାବ, ହାସନ୍ତାବିନ୍, ଆଟମା ଏବଂ ନିକଟବର୍ତ୍ତୀ ଗ୍ରାମରେ ତାଲିବାନ ଆତଙ୍କବାଦୀଙ୍କୁ ଟାର୍ଗେଟ କରି କରାଯାଇଥିଲା | ଏଥିରେ ୨୧ ତାଲିବାନ ଆତଙ୍କବାଦୀ ନିହତ ହୋଇଥିବାବେଳେ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି ।

ସୂଚନା ଥାଉ କି ଯେ ଆଫଗାନିସ୍ତାନରେ ସୁରକ୍ଷା ବାହିନୀ ଏବଂ ତାଲିବାନ ମଧ୍ୟରେ ବିବାଦ ତୀବ୍ର ହୋଇଛି। ଆଫଗାନିସ୍ତାନ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କୁ ଟାର୍ଗେଟ କରୁଥିବାବେଳେ ଦୁଇ ଦିନ ମଧ୍ୟରେ ୧୦୦ ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ ଏବଂ ପ୍ରାୟ ୯୦ ଜଣ ଆହତ ହୋଇଛନ୍ତି । ସେହିପରି ଦୁଇ ଦିନ ତଳେ ହେରାତ ଅଂଚଳରେ ସୁରକ୍ଷା ବାହିନୀ ଦ୍ୱାରା କରାଯାଇଥିବା ଅପରେସନରେ ୫୨ ତାଲିବାନ ଆତଙ୍କବାଦୀ ନିହତ ହୋଇଥିଲେ ଏବଂ ୪୭ ଜଣ ଆହତ ହୋଇଥିଲେ।