ରାଜସ୍ଥାନର ସର୍ବ କନିଷ୍ଠ ବିଚାରପତି ହେବାକୁ ଯାଉଛନ୍ତି ୨୧ ବର୍ଷିୟ ଜୟପୁର ତରୁଣ

ଜୟପୁର: ଜଣେ ସର୍ବ କନିଷ୍ଠ ଭାବେ ରାଜସ୍ଥାନ ଜୁଡିସିଆଲ୍‌ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବୁଧବାର ଦିନ ଇତିହାସ ରଚିଛନ୍ତି ୨୧ ବଷିୟ ମୟଙ୍କ ପ୍ରତାପ ସିଂହ।

ପୂର୍ବରୁ ଏହି ପରୀକ୍ଷା ନିମନ୍ତେ ସର୍ବନିମ୍ନ ବୟସ ସୀମା ଥିଲା ୨୩ ବର୍ଷ। ରାଜସ୍ଥାନ ହାଇକୋର୍ଟ ଏହାକୁ ଜାନୁଆରି ମାସରେ ୨୧ ବର୍ଷକୁ ପରିବର୍ତ୍ତନ କରିଥିଲେ। ଏହି ପରିବର୍ତ୍ତନ ମୟଙ୍କଙ୍କୁ ପରୀକ୍ଷା ଦେବା ନିମେନ୍ତ ଯୋଗ୍ୟ ବିବେଚିତ କରିଥିଲା।

ମାନସରୋବରବାସୀ ମୟଙ୍କ ଏ ବର୍ଷ ଏପ୍ରିଲ୍‌ ମାସରେ ରାଜସ୍ଥାନ ବିଶ୍ୱବିଦ୍ୟାଳୟରୁ ୫ ବର୍ଷିଆ ଆଇନ ପାଠ୍ୟକ୍ରମ ଶେଷ କରି ଜୁଡିସିଆଲ୍‌ ସର୍ଭିସ୍‌ରେ ଯୋଗ ଦେବାକୁ ପ୍ରସ୍ତୁତି ଚଳାଇଥିଲେ।ଏହାପରେ ସେ ରାଜ୍ୟ ଜୁଡିସିଆଲ୍‌ ସର୍ଭିସ୍‌ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Comments are closed.