ବିଶାଖାପାଟଣା : ବିଶାଖାପାଟଣାଠାରେ ଖେଳାଯାଉଥିବା ଆଇପିଏଲ ୨୦୨୫ର ଏକ ଲିଗ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୨୧୦ ରନର ବିଜୟ ଲକ୍ଷ୍ୟ ରଖିଛି ଲକ୍ଷ୍ନୌ ସୁପରଜାୟାଣ୍ଟସ୍ । 

Advertisment

ଏହି ମ୍ୟାଚରେ ଦିଲ୍ଲୀ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଲକ୍ଷ୍ନୌ ପକ୍ଷରୁ ଏଇଡେନ ମାର୍କରାମ ଓ ମିଚେଲ ମାର୍ସ ସତର୍କତାର ସହ ବ୍ୟାଟିଂ ଆରମ୍ଭ କରିଥିଲେ ବି ମାର୍କରାମ ୧୫ ରନ କରି ଆଉଟ ହୋଇଥିଲେ । ତେବେ ମାର୍ସ ଓ ନିକୋଲାସ ପୁରନ ଆକ୍ରାମକ ବ୍ୟାଟିଂ କରି ସ୍କୋରକୁ ଦ୍ରୁତ ଗତିରେ ଆଗେଇ ନେଇଥିଲେ । ମାର୍ସ ମାତ୍ର ୩୬ ବଲରେ ୭୨ ରନ କରିଥିବାବେଳେ ପୁରନ ମାତ୍ର ୩୦ ବଲରେ ୭୫ ରନ କରିଥିଲେ । ଡେଭିଡ ମିଲର ୨୭ ରନ କରିଥିଲେ । ମାତ୍ର ଅଧିନାୟକ ଋଷଭ ପନ୍ତ ଖାତା ଖୋଲିପାରିନଥିଲେ ।  ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୨୦୯ ରନ କରିଥିଲା । ଦିଲ୍ଲୀ ପକ୍ଷରୁ ମିଚେଲ ଷ୍ଟାର୍କ ୩ଟି ଓ୍ବିକେଟ ନେଇଥିବାବେଳେ କୁଳଦୀପ ଯାଦବ ୨ଟି ଓ୍ବିକେଟ ନେଇଥିଲେ ।