ମୋଟ ମାର୍କ ୨୦୦ଥିବା ବେଳେ ଗଣିତରେ ୨୧୨ ମାର୍କ ରଖିଲେ ଛାତ୍ରୀ !

ଦାହୋଦ: ମୋଟ ମାର୍କ ୨୦୦ଥିବା ବେଳେ ଗଣିତରେ ୨୧୨ ମାର୍କ ରଖିଲେ ଛାତ୍ରୀ। ଗୁଜରାଟର ଦାହୋଦ ଜିଲ୍ଲାରେ ଘଟିଛି ଏଭଳି ଘଟଣା। ଯେତେବେଳେ ପ୍ରାଥମିକ ବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ତାଙ୍କ ମାର୍କସିଟ ମିଳିଲା, ସେତେବେଳେ ନିଜର ମାର୍କ ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଦୁଇଟି ବିଷୟର ମୋଟ ମାର୍କଠାରୁ ଅଧିକ ଦିଆଯାଇଥିଲା। ବିଦ୍ୟାଳୟର ଏହି ଭୁଲ ଶିକ୍ଷା ବ୍ୟବସ୍ଥାକୁ ନେଇ ଏବେ ଏକ ନୂଆ ବିବାଦ ଆରମ୍ଭ ହୋଇଛି।

ସୂଚନା ମୁତାବକ, ଯେତେବେଳେ ଚତୁର୍ଥ ଶ୍ରେଣୀର ଛାତ୍ରୀ ବଂଶୀବେନ ମନୀଷଭାଇଙ୍କୁ ସ୍କୁଲରୁ ମାର୍କସିଟ୍ ମିଳିଲା, ସେତେବେଳେ ସେ ଦୁଇଟି ବିଷୟରେ ଦିଆଯାଇଥିବା ମାର୍କ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ।  ଗୁଜୁରାଟୀ ବିଷୟରେ ମୋଟ ମାର୍କ ୨୦୦ ଥିବା ବେଳେ ସେ ୨୧୧ ରଖିଥିଲେ। ଏହା ସହ ଗଣିତରେ ମୋଟ ମାର୍କ ୨୦୦ଥିବା ବେଳେ ସେ ୨୧୨ ରଖିଥିଲେ। ଛାତ୍ରୀଙ୍କ ଏହି ମାର୍କସିଟ୍ ଏବେ ଭାଇରାଲ ହେବାରେ ଲାଗିଛି।

स्कूल ने गणित विषय में 200 में 212 नंबर दे दिए, मार्कशीट वायरल
aajtak

ମାର୍କସିଟ୍  ଭାଇରାଲ ହେବା ପରେ ଏବେ ଭୁଲକୁ ସ୍କୁଲ ପକ୍ଷରୁ ସଂଶୋଧନ କରାଯାଇଥିବା ଜଣାଯାଇଛି। କୁହାଯାଉଛି ଯେ, ସଂଶୋଧନ ପରେ ବଂଶୀବେନ ଗୁଜୁରାଟୀ ବିଷୟରେ ମୋଟ ମାର୍କ ୨୦୦ରୁ ୧୯୧ ରଖିଥିବା ବେଳେ ଗଣିତରେ ୧୯୦ରଖିଛନ୍ତି। ନୂଆ ମାର୍କସିଟ‌ରେ ବଂଶୀବେନଙ୍କୁ ମୋଟ ୧୦୦୦ମାର୍କରୁ ୯୩୪ ମାର୍କ ମିଳିଥିବା ଜଣାପଡ଼ିଛି।

 

ସମ୍ବନ୍ଧିତ ଖବର