ଏସିଆ କପ୍ : ବିରାଟଙ୍କ ଶତକ, ଆଫଗାନିସ୍ତାନ ଆଗରେ ୨୧୩ ରନର ଲକ୍ଷ୍ୟ ରଖିଲା ଭାରତ

ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଖେଳାଯାଉଥିବା ଏସିଆ କପ ସୁପର-୪ର ଏକ ମ୍ୟାଚରେ ଆଫଗାନିସ୍ତାନ ଆଗରେ ୨୧୩ ରନର ବିଜୟ ଲକ୍ଷ୍ୟ ରଖିଛି ଭାରତ । ଭାରତୀୟ ଇନିଂସର ମୁଖ୍ୟ ଆକର୍ଷଣ ଥିଲା ବିରାଟ କୋହଲିଙ୍କ ଶତକ । ସେ ମାତ୍ର ୬୦ ବଲରେ ୧୨୨ ରନ କରିଥିଲେ । ଗତ ବର୍ଷଠାରୁ ଫର୍ମରେ ନଥିବା ବିରାଟ ଚଳିତ ଏସିଆ କପରେ ଉନ୍ନତ ପ୍ରଦର୍ଶନ କରି ଫର୍ମକୁ ଫେରିବାର ସଂକେତ ଦେଇଛନ୍ତି । ବିରାଟ ଫର୍ମକୁ ଫେରିବା ଆସନ୍ତା ବିଶ୍ବକପ ପୂର୍ବରୁ ଭାରତୀୟ ଦଳ ପାଇଁ ଏକ ଶୁଭ ସଂକେତ ।

ଏହି ମ୍ୟାଚରେ ଆଫଗାନିସ୍ତାନ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରର ୨୧୨ ରନ କରିଥିଲା । ବିଗତ ଦୁଇଟି ମ୍ୟାଚରେ ନିରାଶ କରିଥିବା ଭାରତୀୟ ବ୍ୟାଟର ଆଜି ଲୟରେ ଥିବା ଦେଖାଯାଇଥିଲା । କେଏଲ ରାହୁଲ ୬୨ ରନ କରିଥିବାବେଳେ ଋଷଭ ପନ୍ତ ୨୦ ରନ କରିଥିଲେ ।

ଆଜିର ମ୍ୟାଚ ଉଭୟ ଦଳ ପାଇଁ କୌଣସି ଗୁରୁତ୍ବ ବହନ କରୁନଥିବାବେଳେ ଉଭୟ ଦଳ ସମ୍ମାନ ପାଇଁ ଖେଳୁଛନ୍ତି । ଗତକାଲି ଆଫଗାନିସ୍ତାନ ଲଢୁଆ ଖେଳ ପ୍ରଦର୍ଶନ କରି ବି ପାକିସ୍ତାନଠାରୁ ହାରିଯାଇଥିଲା । ସେହିପରି ଭାରତ ଉଭୟ ପାକିସ୍ତାନ ଓ ଶ୍ରୀଲଙ୍କାଠାରୁ ହାରି ଫାଇନାଲ ଦୌଡରୁ ବାଦ ପଡ଼ିଥିଲା ।

 

 

 

ସମ୍ବନ୍ଧିତ ଖବର