ମୁମ୍ବାଇ: ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୫ର ୪୫ତମ ମ୍ୟାଚରେ ଲକ୍ଷ୍ନୌ ସୁପରଜାୟାଣ୍ଟସଙ୍କ ଉପରେ ୨୧୬ ରନର ଲକ୍ଷ୍ୟ ରଖିଛି ମୁମ୍ବାଇ ଇଣ୍ଡିଆନ୍ସ ।

Advertisment

ଏହି ମ୍ୟାଚରେ ଲକ୍ଷ୍ନୌ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇର ଦୁଇ ଓପନର ରୋହିତ ଶର୍ମା ଓ ରିୟାନ ରିକଲଟନ ବିସ୍ଫୋରକ ବ୍ୟାଟିଂ କରି ଏକ ଭଲ ମୂଳଦୂଆ ପକାଇଥିଲେ । ମାତ୍ର ରୋହିତ ୨ଟି ଛକା ମାରିବା ପରେ ୧୨ ରନ କରି ଆଉଟ ହୋଇଥିଲେ । ତେବେ ରିକଲଟନ ନିଦର ଲଢୁଆ ବ୍ୟାଟିଂ ଜାରି ରଖି ୫୮ ରନ କରିଥିଲେ । ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଓ୍ବିଲ ଜାକ୍ସ ୨୯ ରନ କରିଥିବାବେଳେ ସୂର୍ଯ୍ୟକୁମାର ଯାଦବ ୫୪ ରନ କରିଥିଲେ ।  ନମନ ଧୀର ଅପରାଜିତ ୨୫ ରନ କରିଥିବାବେଳେ କର୍ବିନ ବୋସ୍ ୨୦ ରନ କରିଥିଲେ । ଲକ୍ଷ୍ନୌ ପକ୍ଷରୁ ମୟଙ୍କ ଯାଦବ ଓ ଅଭେସ ଖାଁ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିପରି ପ୍ରିନ୍ସ ଯାଦବ, ଦିଗଭେସ ସିଂ ରାଠି ଓ ରବି ବିଷ୍ଣୋଇ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।