କରୋନାଭାଇରସ୍‌ ସଂକ୍ରମିତ ଇଟାଲିରୁ ଦିଲ୍ଲୀକୁ ଫେରିଲେ ୨୧୮ଜଣ ଭାରତୀୟ

ନୂଆଦିଲ୍ଲୀ: କରୋନାଭାଇରସ୍‌ ସଂକ୍ରମିତ ଇଟାଲିରେ ଅଟକି ରହିଥିବା ୨୧୧ଜଣ ବିଦ୍ୟାର୍ଥୀଙ୍କ ସମେତ ସମୁଦାୟ ୨୧୮ଜଣ ଭାରତୀୟ ସ୍ୱଦେଶରେ ପହଞ୍ଚିଥିବା କଥା ରାଜ୍ୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି ମୁରଲୀଧରନ କହିଛନ୍ତି।

ସେମାନଙ୍କୁ ୧୪ ଦିନ ସକାଶେ କ୍ୱାରେନ୍‌ଟିନ୍‌ରେ ରଖାଯିବ ବୋଲି ସେ କହିଛନ୍ତି।

ଟୁଇଟ୍‌ କରି ମୁରଲୀଧରନ କହିଛନ୍ତି ଯେ ୨୧୧ଜଣ ବିଦ୍ୟାର୍ଥୀଙ୍କ ସମେତ ୨୧୮ଜଣ ଭାରତୀୟ ମିଲାନ୍‌ରୁ ଆସି ଦିଲ୍ଲୀରେ ପହଞ୍ଚିଛନ୍ତି। ସମସ୍ତଙ୍କୁ ୧୪ ଦିନ ସକାଶ କ୍ୱାରେଣ୍ଟିନ୍‌ରେ ରଖାଯିବ। ଯେଉଁଠି ଥାଆନ୍ତୁ ନା କାହିଁକି, ଦୁଃସ୍ଥିତିରେ ଥିବା ଭାରତୀୟମାନଙ୍କ ପାଖରେ ପହଞ୍ଚିବାକୁ ଭାରତ ସରକାର ପ୍ରତିବଦ୍ଧ!

ସେ ଆହୁରି ଲେଖିଛନ୍ତି ଯେ ସହାୟତା କରିଥିବାରୁ ଇଟାଲି ସରକାର ଏବଂ ଟିମ୍‌ ଇଣ୍ଡିଆ ଇନ୍‌ ଇଟାଲି, ସିଜି ମିଲାନ୍‌, ଏୟାର୍‌ଇଣ୍ଡିଆ ଏବଂ ଡକ୍ଟର୍‌ ଜୟଶଙ୍କର ପ୍ରଶଂସାଯୋଗ୍ୟ ଅଟନ୍ତି।

ସମ୍ବନ୍ଧିତ ଖବର