ପାଲଘର: ସଂପ୍ରତି ସିଏଏ ଓ ଏନ୍ଆରସିକୁ କେନ୍ଦ୍ର କରି ସମଗ୍ର ଦେଶରେ ତୀବ୍ର ଆନ୍ଦୋଳନ ଓ ବିରୋଧ ଅବ୍ୟାହତ ରହିଥିବା ବେଳେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ମହାରାଷ୍ଟ୍ର ପୁଲିସ୍ ପାଲଘର ଅଞ୍ଚଳରେ ବେଆଇନ୍ ଭାବେ ବାସବାସ କରୁଥିବା ୨୨ ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିବା ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ଏହି ୨୨ ଜଣ ବାଂଲାଦେଶୀ ମହାରାଷ୍ଟ୍ର ପାଲଘର ଜିଲ୍ଲାର ରାଜୋଡ଼ି ଗ୍ରାମରେ ବିଗତ ବହୁ ଦିନ ଧରି ରହିବା ସହ ପାଲଘର ଜିଲ୍ଲାରେ ଛୋଟମୋଟ କାମଧନ୍ଦା କରି ନିଜର ଗୁଜୁରାଣ ମେଣ୍ଟାଉ ଥିଲେ। ତେବେ, ମହାରାଷ୍ଟ୍ର ପୁଲିସ ଗତ ମଙ୍ଗଳବାର ରାତିରେ ଏମାନଙ୍କ ଉପରେ ଅଚାନକ ଚଢ଼ାଉ କରିଥିଲା। ଚଢ଼ାଉ କାଳରେ ଏମାନେ ସେମାନଙ୍କର କୌଣସି ବୈଧ ପରିଚୟ ପତ୍ର ଦେଖାଇବାରୁ ଅସମର୍ଥ ହେବାରୁ ପୁଲିସ୍ ଏମାନଙ୍କୁ ଗିରଫ କରିଥିଲା ବୋଲି କହିଛନ୍ତି ଜନୈକ ବରିଷ୍ଠ ପୁଲିସ ଅଧିକାରୀ। ଗିରଫ ହୋଇଥିବା ଏହି ୨୨ ଜଣ ବାଂଲାଦେଶୀଙ୍କ ମଧ୍ୟରେ ୧୨ ଜଣ ମହିଳା ରହିଛନ୍ତି।
ପୁଲିସ୍ ଏମାନଙ୍କୁ ଗିରଫ କରିବା ପରେ ଏମାନଙ୍କ ବିରୋଧରେ ଭାରତୀୟ ପାସପୋର୍ଟ ଆଇନ୍, ୧୯୨୦ ଓ ବିଦେଶୀ ନାଗରିକ ଆଇନ୍, ୧୯୪୬ ବଳରେ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିବା କହିଛନ୍ତି ସଂପୃକ୍ତ ବରିଷ୍ଠ ପୁଲିସ ଅଧିକାରୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/Bangladesi.jpg)