ନିର୍ମାଣାଧୀନ କୋଠାରୁ ୨୨ ବୋମା ଜବତ, ୪ ଗିରଫ

କୋଲକାତା : ଏଣ୍ଟାଲି ଅଞ୍ଚଳରେ ଥିବା ଏକ ନିର୍ମାଣାଧୀନ କୋଠାରୁ ୨୨ଟି ଜୀବନ୍ତ ବୋମା ଜବତ କରାଯାଇଛି। ଏହି କୋଠାର ୪ ଜଣ ମାଲିକଙ୍କୁ ଗିରଫ କରାଯାଇଛି। ସେନାର ଗୁଇନ୍ଦା ବିଭାଗଠାରୁ ଖବର ପାଇ କୋଲକାତା ପୁଲିସର ସ୍ବତନ୍ତ୍ର ଟିମ୍‌ ସାର୍‌ ସୟଦ ଅହମ୍ମଦ ‌ରୋଡ୍‌ରେ ଏକ ନିର୍ମାଣାଧୀନ କୋଠା ଉପରେ ଚଢ଼ଉ ‌କରିଥିଲେ। ପ୍ରଥମ ମହଲାର ଏକ କୋଠରୀରେ ୨ଟି ବାକ୍ସରେ ଥିବା ଜୀବନ୍ତ ବୋମାଗୁଡ଼ିକୁ ଜବତ କରାଯାଇଥିଲା। ପରେ ସେଗୁଡ଼ିକୁ ବୋମା ନିଷ୍କ୍ରିୟକାରୀ ଟିମ୍‌ ସହାୟତାରେ ନିଷ୍କ୍ରିୟ କରାଯାଇଥିଲା। ବୋମା କିଏ ଏବଂ କାହିଁ ରଖିଥିଲା ସେ ନେଇ ପୁଲିସ ଖୋଳତାଡ଼ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର