ବାରଣାସୀ: ବାରଣାସୀରୁ ସାବରମତି ଅଭିମୁଖେ ଯାଉଥିବା ସାବରମତି ଏକ୍ସପ୍ରେସର ବାଇଶିଟି କୋଚ୍ ଶନିବାର ଭୋରୁ ଉତ୍ତରପ୍ରଦେଶର କାନପୁର ନିକଟରେ ଲାଇନ୍ଚ୍ୟୁତ୍ ହୋଇ ଯାତ୍ରୀମାନଙ୍କ ମଧ୍ୟରେ ଭୟର ଆତଙ୍କ ସୃଷ୍ଟି କରିଛି। ଭୀମସେନ ନିକଟରେ ଟ୍ରେନଟି କାନପୁର ଛାଡ଼ିବାର କିଛି ସମୟ ପରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ହେତୁ ସେହି ମାର୍ଗର ଅନେକ ଟ୍ରେନ୍ ବାତିଲ୍ ହୋଇଛି।
ଉତ୍ତର କେନ୍ଦ୍ରୀୟ ରେଳବାଇ (ଏନସିଆର)ର ବରିଷ୍ଠ ଜନସମ୍ପର୍କ ଅଧିକାରୀ ଶଶିକାନ୍ତ ତ୍ରିପାଠୀ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଛନ୍ତି ଯେ ଏହି ଘଟଣା ରାତି ୨.୩୦ ସମୟରେ ଘଟିଛି। ଯାତ୍ରୀମାନେ ଶୋଇଥିବା ଅବସ୍ଥାରେ ପ୍ରଚଣ୍ଡ ଶବ୍ଦ ପରେ ଟ୍ରେନ୍ ଅଟକି ଯାଇଥିଲା। ଭୟଙ୍କର ଶବ୍ଦ ଶୁଣି ସମସ୍ତ ଯାତ୍ରୀ ଜାଗ୍ରତ ହୋଇ ଉଠିଥିଲେ।
#WATCH | Uttar Pradesh | Visuals from the site where train number 19168, Sabarmati Express derailed in a block section between Kanpur and Bhimsen station.
No injuries to anyone were reported from the site, so far pic.twitter.com/dRpiTaUPMA
— ANI (@ANI) August 17, 2024
ପୁଲିସ ଏବଂ ପ୍ରଶାସନିକ କର୍ମଚାରୀଙ୍କ ସମେତ ଜରୁରୀକାଳୀନ ଦଳ ଏବେ ସେଠାରେ ଉପସ୍ଥିତ ଅଛନ୍ତି। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା, ଏବଂ କୌଣସି କ୍ଷୟକ୍ଷତି ହୋଇନାହିଁ। ଏହାକୁ ନେଇ ୟୁପି ପୁଲିସ ମଧ୍ୟ ତଦନ୍ତ କାର୍ଯ୍ୟ କରୁଛି।
ତେବେ ଏହି ରାସ୍ତା ଦୁର୍ଘଟଣା ପରେ ଏବେ ସମ୍ପୂର୍ଣ୍ଣ ଅବରୋଧ କରାଯାଇଛି। କାନପୁରରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା ଟ୍ରେନ୍ ପାଇଁ ଏହି ବିଭାଗ ଏକ ପ୍ରମୁଖ ମାର୍ଗ ହୋଇଥିବାରୁ ଏହା ଏବେ ବିଷମ ସମସ୍ୟା ଉପୁଜାଇଛି।
ଜଣେ ଯାତ୍ରୀ କହିଛନ୍ତି ଯେ "କାନପୁର ରେଳ ଷ୍ଟେସନରୁ ଟ୍ରେନ ଛାଡିବାର କିଛି ସମୟ ପରେ ଆମେ ପ୍ରଚଣ୍ଡ ଶବ୍ଦ ଶୁଣିଥିଲୁ। କୋଚ ଥରିବାକୁ ଲାଗିଲି। ମୁଁ ବହୁତ ଡରି ଯାଇଥିଲି, ତା’ପରେ ଟ୍ରେନ ଅଟକି ଯାଇଥିଲା।"