ତୁର୍କୀରେ ଭୂକମ୍ପ, ୨୨ ମୃତ

ଅଙ୍କାରା: ତୁର୍କୀର ପୂର୍ବାଞ୍ଚଳରେ ଆଜି ୬.୮ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଏଲ୍‌ଜିଗ୍‌ ପ୍ରଦେଶର ସିଭ୍‌ରାଇସ୍‌ ସହରରେ ଏହି ଭୂକମ୍ପ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। କୋଠା ଭୁଶୁଡ଼ି ୨୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧ ହଜାରରୁ ଅଧିକ ଆହତ ହୋଇଛନ୍ତି। ଭୂକମ୍ପରେ ୫ ହଜାରରୁ ଅଧିକ କୋଠା କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଏହି ଭୂକମ୍ପର ପ୍ରଭାବ ସିରିୟା, ଇରାନ୍‌ ଏବଂ ଲେବାନନରେ ମଧ୍ୟ ଦେଖିବାକୁ ମିଳିଥିଲା। ଭୂକମ୍ପ ପରେ ପ୍ରାୟ ୨ ଶହ ଥର ପରବର୍ତ୍ତୀ କମ୍ପନ ଅନୁଭୂତ ହୋଇଥିଲା । ୧୯୯୯ରେ ତୁର୍କୀର ପଶ୍ଚିମ ସହର ଇଜ୍‌ମିତରେ ବଡ଼ ଧରଣର ଭୂକମ୍ପ ପ୍ରଳୟ ଆଣିଥି‌ଲା ଏବଂ ଏଥିରେ ୧୭ ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର