ଆମେରିକାରେ ୨୨ ଲକ୍ଷ, ବ୍ରିଟେନ୍‌ରେ ୫ ଲକ୍ଷ ଲୋକଙ୍କ ଜୀବନ ଯାଇପାରେ

ନୂଆଦିଲ୍ଲୀ : କ‌ରୋନା ଭାଇରସ୍‌କୁ ନେଇ ଏବେ ବିଭିନ୍ନ ରାଷ୍ଟ୍ର ବ୍ୟାପକ ଅଧ୍ୟୟନ ଜାରି ରଖିଛନ୍ତି। ତେବେ ଏକ ବ୍ରିଟିଶ୍‌ ରିପୋର୍ଟରୁ ଜଣାପଡ଼ିଛି ଯେ କରୋନା ଭାଇରସ୍‌ ଯୋଗୁଁ ଅତି ଭୟାନକ ସ୍ଥିତି ଉପୁଯିପାରେ। କରୋନା ଭାଇରସ୍‌ର ସଠିକ୍‌ ମୁକାବିଲା କରାନଗଲେ ଏହା ଆମେରିକାରେ ୨୨ ଲକ୍ଷ ଏବଂ ବ୍ରିଟେନ୍‌ରେ ୫ ଲକ୍ଷ ଲୋକଙ୍କ ଜୀବନ ନେଇଯିବ‌ ବୋଲି ଏକ ଗବେଷଣା ରିପୋର୍ଟରୁ ଜଣାପଡ଼ିଛି। ନେଲ୍‌ ଫେର୍ଗୁସନ୍‌ ନେତୃତ୍ବାଧୀନ ଏକ ଟିମ୍‌ ଦ୍ବାରା ହୋଇଥିବା ଏହି ଅଧ୍ୟୟନ ଅନୁଯାୟୀ ଯଦି କରୋନା ଭାଇରସ୍‌କୁ ୧୯୧୮ ବିନାଶକାରୀ ଫ୍ଲୁ ସହ ତୁଳନା କରାଯାଏ ତେବେ ଭାଇରସ୍‌ ପାଇଁ ବ୍ରିଟେନ୍‌ରେ ୫ ଲକ୍ଷ ଏବଂ ଆମେରିକାରେ ୨.୨ ନିୟୁତ ଲୋକଙ୍କ ମୃତ୍ୟୁ ହୋଇଯିବ।

ସମ୍ବନ୍ଧିତ ଖବର