୨୨ଲକ୍ଷ ରାସନକାର୍ଡ଼ ନାକଚ ମାମଲା: ତେଲେଙ୍ଗାନା ସରକାରଙ୍କୁ ସୁପ୍ରିମ୍‌ କୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ: ଅଗ୍ରୀମ ସୂଚନା ବିନା ୨୨ ଲକ୍ଷ ରାସନକାର୍ଡ଼କୁ ନାକଚ କରିଥିବାରୁ ସର୍ବୋଚ୍ଚ ନ୍ୟାୟାଳୟ ତେଲେଙ୍ଗାନା ସରକାରଙ୍କୁ ସମାଲୋଚନା କରିଛନ୍ତି। ଜ‌ଷ୍ଟିସ୍‌ ଏଲ୍‌. ନାଗେଶ୍ବର ରାଓ ଏବଂ ଜଷ୍ଟିସ୍‌ ବି.ଆର. ଗୱାଇଙ୍କ ଖଣ୍ଡପୀଠ ତେଲେଙ୍ଗାନା ରାଜ୍ୟ ବନାମ ଏକ୍ସ.କ୍ୟୁ. ମାସୁଦ ମାମଲାର ଶୁଣାଣି କରିବା ସହିତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ମାଗିଛନ୍ତି। ଯଦି ରାସନକାର୍ଡ଼କୁ ଅବୈଧ କରାଗଲା ତେବେ ଉପଭୋକ୍ତାଙ୍କୁ ପୂର୍ବରୁ ସୂଚନା ଦେବା କ’ଣ ଜରୁରୀ ନ ଥିଲା? ଏକତରଫା ଭାବେ ସରକାର କିପରି କାର୍ଡ଼ଗୁଡ଼ିକୁ ରଦ୍ଦ କରି ପାରିବେ? ଅତି କମ୍‌ରେ ଉପଭୋକ୍ତାଙ୍କୁ ତାଙ୍କର ପକ୍ଷ ରଖିବାର ସୁଯୋଗ ଦେବା କ’ଣ ଆବଶ୍ୟକ ନ ଥିଲା ବୋଲି ବିଚାରପତି ପ୍ରଶ୍ନ କରିଥିଲେ।

ଉତ୍ତରରେ ସରକାରୀ ଓକିଲ କହିଥିଲେ, କେବଳ ଗରିବ ଓ ଯୋଗ୍ୟ ବ୍ୟକ୍ତିଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଉତ୍ତରରେ ଅସନ୍ତୁଷ୍ଟ ହୋଇ ବିଚାରପତି ଏହି ପ୍ରକ୍ରିୟାକୁ ସମାଲୋଚନା କରିବା ସହିତ ତାଚ୍ଛଲ୍ୟ କରି କହିଥିଲେ- ତା’ହେଲେ ଆପଣ ଧାନରୁ ଅଗାଡ଼ି ବାଛୁଛନ୍ତି। ଏତେ ପରିମାଣର କାର୍ଡ଼ ନାକଚ କରାଯାଇଥିବାରୁ କୋର୍ଟ ତେଲେଙ୍ଗାନା ସରକାରଙ୍କୁ ଏହାର ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ରାଜ୍ୟ ମୁଖ୍ୟ ସଚିବଙ୍କୁ ରିପୋର୍ଟ ତଲବ କରିଛନ୍ତି।

ସମ୍ବନ୍ଧିତ ଖବର