ପାଟନା: ଲୋକସଭା ନିର୍ବାଚନ ୨୦୨୪ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଅଛି। ଏମଧ୍ୟରେ ବିହାରରେ ରାଜନୈତିକ ମାହୋଲ ଦ୍ରୁତ ଗତିରେ ବଦଳିବାରେ ଲାଗିଛି। ସର୍ବପ୍ରଥମେ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଇଣ୍ଡିଆ ମେଣ୍ଟ ଛାଡି ଏନଡିଏରେ ଯୋଗ ଦେଇଥିଲେ। ବର୍ତ୍ତମାନ ଚିରାଗ ପାସୱାନଙ୍କ ପାର୍ଟି(ଲୋକ ଜନଶକ୍ତି ପାର୍ଟି-ରାମ ବିଲାସ)କୁ ଏକ ଶକ୍ତ ଧକ୍କା ଲାଗିଛି। ଟିକେଟ୍ ବଣ୍ଟନକୁ ନେଇ ଚିରାଗ ପାସୱାନଙ୍କ ଉପରେ ରାଗି ୨୨ଜଣ ନେତା ଦଳ ଛାଡିଥିବା ସାମ୍ନାକୁ ଆସିଛି।

Advertisment

ବିହାରର ୪୦ଟି ଲୋକସଭା ଆସନ ମଧ୍ୟରୁ ୫ଟି- ବୈଶାଳୀ, ହାଜିପୁର, ସମସ୍ତିପୁର, ଖଗଡିଆ ଏବଂ ଜାମୁଇରେ ଲୋକ ଜନଶକ୍ତି ପାର୍ଟି-ରାମ ବିଲାସ ଦଳ ପ୍ରତିଦ୍ୱନ୍ଦ୍ୱିତା କରିବ। ଏହି ଆସନରୁ ଟିକେଟ୍ ନମିଳିବାରୁ ରାଗିଯାଇ ୨୨ଜଣ ନେତା ଦଳ ଛାଡ଼ିବା ସହ ଏବେ ଇଣ୍ଡିଆ ମେଣ୍ଟକୁ ସମର୍ଥନ କରିବେ ବୋଲି କହିଛନ୍ତି।

बिहार: चिराग पासवान की पार्टी LJPR से 22 नेताओं का इस्तीफा, INDIA अलायंस का करेंगे समर्थन ndtv

ଯେଉଁମାନେ ଦଳର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ସେମାନଙ୍କ ମଧ୍ୟରେ ରାଜ୍ୟ ତଥା ଜାତୀୟ ସ୍ତରର ନେତାମାନେ ଥିବା ସାମ୍ନାକୁ ଆସିଛି। ସୂଚନାନୁସାରେ, ପୂର୍ବତନ ସାଂସଦ ତଥା ବିହାର ସରକାରଙ୍କ ପୂର୍ବତନ ମନ୍ତ୍ରୀ ତଥା ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରେଣୁ କୁଶୱାହ, ପୂର୍ବତନ ବିଧାୟକ ତଥା ଜାତୀୟ ସାଧାରଣ ସମ୍ପାଦକ ସତୀଶ କୁମାର, ରାଜ୍ୟର ସଂଗଠନ ସଚିବ ଇ. ରବିନ୍ଦ୍ର ସିଂ, ରାଜ୍ୟ ଉପାଧ୍ୟକ୍ଷ ସଞ୍ଜୟ ସିଂଙ୍କ ସମେତ ୨୨ଜଣ ଦଳ ଛାଡ଼ିଛନ୍ତି। ଦଳ ଟଙ୍କା ବଦଳରେ ଟିକେଟ୍ ବଣ୍ଟନ କରିଥିବା ଅନେକ ନେତା ଅଭିଯୋଗ କରିଛନ୍ତି।