ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ଖବର, ଅମ୍ଳଜାନ ଯୋଗାଣ ବନ୍ଦ କରି କରୋନା ରୋଗୀଙ୍କୁ ମରିବାକୁ ଛାଡିଦେଲେ ଡାକ୍ତର

ଆଗ୍ରା: କରୋନା ରୋଗୀଙ୍କ ଜୀବନ ସହ ଖେଳ | ଅମ୍ଳଜାନ ଯୋଗାଣ ବନ୍ଦ କରି ରୋଗୀଙ୍କୁ ଛଟପଟ ହେବାକୁ ଛାଡିଦେଲେ ଡାକ୍ତର | ୫ମିନିଟ ପର୍ଯ୍ୟନ୍ତ ଅମ୍ଳଜାନ ଅଭାବରୁ କରୋନା ରୋଗୀ ଛଟପଟ ହୋଇ ମୃତ୍ୟୁର ଅତି ନିକଟତର ହେବା ପରେ ଡାକ୍ତର ପୁଣି ଥରେ ଅମ୍ଳଜାନ ଯୋଗାଣ ଆରମ୍ଭ କରିଥିଲେ ବୋଲି ଜଣପଡିଛି | ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ଆଗ୍ରାରେ ଥିବା ଏକ ଘରୋଇ ହସ୍ପିଟାଲରେ |

ଘଟଣା ପରେ ଏବେ ଏକ ଭିଡିଓ ଭାଇରାଲ ହେବା ସହ ଭିଡିଓରେ ଅଭିଯୁକ୍ତ ଡାକ୍ତର ନିଜ କାମ ବିଷୟରେ ଅନ୍ୟକୁ କହୁଥିବା ଶୁଣିବାକୁ ମିଳିଛି | ଅମ୍ଳଜାନ ଅଭାବ ଥିବାରୁ ୫ମିନିଟ ପାଇଁ ଡାକ୍ତର ଅରିଞ୍ଜୟ ଜୈନ ଅମ୍ଳଜାନ ଯୋଗାଣ ବନ୍ଦ କରିଥିବା ସାମ୍ନାକୁ ଆସିଛି |

indiatoday.in

ଭିଡିଓରେ ଡାକ୍ତର ଅରିଞ୍ଜୟ ଜୈନଙ୍କ ମୁହଁ ଦେଖାଯାଉନଥିଲେ ମଧ୍ୟ ସେ କିଛି ଜଣକୁ କହୁଛନ୍ତି ଯେ, ସେ ସମୟରେ ରାଜ୍ୟରେ ଅମ୍ଳଜାନର ଅଭାବ ଥିଲା | ଡାକ୍ତରଖାନାରେ ଅମ୍ଳଜାନ ନଥିବାରୁ ଆମେ ରୋଗୀଙ୍କୁ ଡିସଚାର୍ଜ କରିବାକୁ କହିଥିଲୁ | କିନ୍ତୁ ସେମାନେ ଆମ କଥା ଶୁଣିନଥିଲେ | ସେଥି ପାଇଁ ଆମେ ଅମ୍ଳଜାନ ଯୋଗାଣ ୫ମିନିଟ ପାଇଁ ବନ୍ଦ କରି କିଏ ବଞ୍ଚୁଛି ଏବଂ କିଏ ମରୁଛି ଦେଖିବାକୁ ନିଷ୍ପତ୍ତି ନେଲୁ | ସେଦିନ ଆମେ ସକାଳ ୭ଟାରେ ମରିବାର ଅଧିକ ଆଶଙ୍କା ଥିବା ୨୨ଜଣଙ୍କୁ ବାଛି ସେମାନଙ୍କୁ ଦିଆଯାଉଥିବା ଅମ୍ଳଜାନ ବନ୍ଦ କରିଥିଲୁ | ଅମ୍ଳଜାନ ଯୋଗାଣ ୫ମିନିଟ ପାଇଁ ବନ୍ଦ କରିଦେବାରୁ ୨୨ଜଣ କରୋନା ରୋଗୀ ଅମ୍ଳଜାନ ଅଭାବରୁ ନୀଳ ପଡିଯାଇଥିଲେ | ସେଦିନ ଅମ୍ଳଜାନର ଅଭାବ ମଧ୍ୟ ଥିଲା |

ତେବେ ଏହି ଭିଡିଓ ଭାଇରାଲ ପରେ ଉତ୍ତରପ୍ରଦେଶ ସରକାର ଏହାର ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି |

ସମ୍ବନ୍ଧିତ ଖବର