ସାଉଥ ଆଫ୍ରିକାର ନାଇଟ କ୍ଲବରୁ ୨୨ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ସାଉଥ ଆଫ୍ରିକାର ଦକ୍ଷିଣ ଉପକୂଳରେ ଥିବା ଇଷ୍ଟ ଲଣ୍ଡନର ଏକ ନାଇଟ କ୍ଲବରୁ ପୁଲିସ ଫରେନସିକ ଟିମ୍‌ ରବିବାର ୨୨ ମୃତଦେହ ଉଦ୍ଧାର କରିଛି। ସେଠାକାର ଅଧିକାରୀମାନଙ୍କ ସୂତ୍ରରୁ ଜଣାପଡିଛି ଯେ, ଶିକ୍ଷା ବର୍ଷ ସରିଯାଇଥିବାରୁ ସ୍କୁଲ ପିଲାମାନେ ଏହି ନାଇଟ କ୍ଲବରେ ଏକ ଉତ୍ସବ ପାଳନ କରୁଥିଲେ। ଏହା ଏକ ବାର ହୋଇଥିବାରୁ ଏଠାରେ ମୃଦୁ ପାନୀୟର ବ୍ୟବସ୍ଥା ବି ରହିଛି। ହେଲେ ଅପରାହ୍ନ ୪ଟାରେ ସ୍ଥାନୀୟ ଲୋକଙ୍କ ନିକଟରୁ ଖବର ପାଇ ପୁଲିସ ସେଠାରେ ପହଞ୍ଚି ତଦନ୍ତ ଜାରି ରଖିଛି। ତେବେ ବର୍ତ୍ତମାନ ସୁଦ୍ଧା ଏହି ଦୁଃଖଦ ଘଟଣାର କାରଣ ଜଣାପଡ଼ିନାହିଁ ବୋଲି ଘଟଣାର ତଦନ୍ତ କରୁଥିବା ପୁଲିସ ସାଇଣ୍ଟିଫିକ ତରଫରୁ ସୂଚନା ମିଳିଛି।

ଏହା ଦଳାଚକଟାଜନିତ ମୃତ୍ୟୁ ବୋଲି କେତେକ ଲୋକ କହୁଥିବାବେଳେ ମୃତଦେହଗୁଡିକରେ କୌଣସି ଆଘାତର ଚିହ୍ନ ନଥିବା ଓ ମୃତଦେହଗୁଡିକ ଏଣେତେଣେ ବିଛାଡି ହୋଇପଡିଥିବାରୁ ଦଳାଚକଟା ବୋଲି ବିଶ୍ବାସ କରିହେଉନଥିବା କେତେକ ଅଭିଭାବକ ପ୍ରକାଶ କରିଛନ୍ତି। ତେବେ ଆଉ କ‌େତେକ ଖାଦ୍ୟ ବିଷାକ୍ତ ଯୋଗୁଁ ଏଭଳି ଘଟଣା ଘଟିଥିବା କହୁଛନ୍ତି। ତେବେ ଘଟଣାସ୍ଥଳକୁ ଅଭିଭାବକଙ୍କ ସୁଅ ଛୁଟୁଥିବାରୁ ସେମାନଙ୍କ ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ନାକେଦମ ହେବାକୁ ପଡିଛି। ସେଠାକାର ଏକ ଗଣମାଧ୍ୟମର ସାମ୍ବାଦିକମାନଙ୍କ ସୂତ୍ରରୁ ଜଣାପଡିଛି ଯେ, କେତେକ ପିଲା ହାତ ଧରାଧରି ହୋଇ ଚକ୍ରାକାରରେ ଥିବାବେଳେ ସେଠାରେ ଲେଉଟି ପଡିଛନ୍ତି। ଆଉ କେତେକ ଟେବୁଲରେ ଏହା ଦେଖୁଥିବାବେଳେ ଟଳିପଡିଛନ୍ତି। ଏଭଳି ଏଣେତେଣେ ମୃତଦେହଗୁଡିକ ପଡିଛି।

ତେଣୁ ଏହାର କାରଣ ଜଣାପଡୁନାହିଁ। ତେବେ ଦକ୍ଷିଣ ଆଫ୍ରିକାର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏଭଳି ଅନେକ ସ୍ଥାନ ଥିବାବେଳେ ସେଠାରେ ମଦ୍ୟପାନ କରିବା ବ୍ୟବସ୍ଥା ରହିଛି। ଆଇନ ଉଲ୍ଲଂଘନ କରି କ୍ଲବଗୁଡିକରେ ଏହି ବ୍ୟବସ୍ଥା କରାଯାଉଥିଲେ ବି ସେଠାକାର ଅଧିକାରୀମାନଙ୍କ ଦୃଷ୍ଟି ପଡୁନଥିବାରୁ ଏଭଳି ଘଟଣା ଘଟିଲା ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି। ତେବେ ସେଠାକାର ରାଷ୍ଟ୍ରପତି ସାଇରିଲ ରାମଫୋସା ଏଭଳି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଆମର ଆତ୍ମାର ସଦଗତି କାମନା କରିଛନ୍ତି। ମୃତକଙ୍କ ପରିବରକୁ ସମବେଦନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର