ନୂଆଦିଲ୍ଲୀ: କେରଳରେ କୋଭିଡ୍ ସଂକ୍ରମଣ ଅତି ଉଦ୍ବେଗଜନକ ଭାବେ ବଢ଼ୁଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୨,୯୪୬ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୧୮ ଜଣଙ୍କ ମୃତ୍ୟୁ ହୋଇଛି। କେରଳରେ ୧,୩୧,୪୫୮ ସକ୍ରିୟ ମାମଲା ରହିଛି। ରାଜ୍ୟରେ ଟେଷ୍ଟ୍ ପଜିଟିଭ୍ ହାର ୩୩.୦୭ ପ୍ରତିଶତରେ ପହଞ୍ଚିଛି। କେରଳରେ ମୋଟ୍ ମୃତ୍ୟୁସଂଖ୍ୟା ୫୦,୯୦୪ ରହିଛି। ଅନ୍ୟପକ୍ଷେ ଉତ୍ତରପ୍ରଦେଶରେ ଗତ ୨୪ ଘଣ୍ଟାରେ ୧୫,୬୨୨ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୯ ଜଣଙ୍କ ମୃତ୍ୟୁ ହୋଇଛି। ଆନ୍ଧ୍ରପ୍ରଦେଶରେ ୪,୧୦୮ ନୂ୍ଆ ମାମଲା ଚିହ୍ନଟ ହୋଇଛି। ଆନ୍ଧ୍ରପ୍ରଦେଶରେ ସକ୍ରିୟ ମାମଲା ୩୦ ହଜାର ଟପିଯାଇଛି। ସେହିପରି ଗୁଜରାଟରେ ଗତ ୨୪ ଘଣ୍ଟାରେ ୧୨,୭୫୩ ନୂଆ ମାମଲା ଚିହ୍ନଟ ହୋଇଛି। ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯.୩୮ ଲକ୍ଷ ରହିଛି ।
କେରଳରେ ୨୨ ହଜାର ନୂଆ ମାମଲା: ଟେଷ୍ଟ୍ ପଜିଟିଭ୍ ହାର ୩୩.୦୭%
/sambad/media/post_attachments/wp-content/uploads/2022/01/corona-fff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)