ଗୋବିନ୍ଦ ନଗର ବସ୍ତିରୁ ୧୫ ଜଣଙ୍କ ସମେତ ଭୁବନେଶ୍ୱରରୁ ୨୨୦ କରୋନା ଆକ୍ରାନ୍ତ ଚିହ୍ନଟ

ଆଜି ସ୍ଥାନୀୟ ଅଚଂଳରୁ ୮୪ ଜଣ ପଜିଟିଭ୍‌, ସୁସ୍ଥ ହେଲେ ୧୨୩

ଭୁବନେଶ୍ୱର: ଗୋବିନ୍ଦ ନଗର ବସ୍ତିରୁ ୧୫ ଜଣ, ୭ମ ବାଟାଲିଅନ ଓ ରିଜର୍ଭ କଲୋନିରୁ ୭ ଜଣଙ୍କ ସମେତ ଆଜି ଭୁବନେଶ୍ୱର ମହାନଗର ନିଗମ ଅଚଂଳରୁ ୨୨୦ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୩୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୮୪ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମଣ। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ସଂଗରୋଧରୁ ଚିହ୍ନଟ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ କେବଳ ୨ ଜଣଙ୍କର ଯାତ୍ରା ବିବରଣୀ ଥିବା ବେଳେ ଅନ୍ୟମାନେ ପୂର୍ବରୁ ଚିହ୍ନଟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି କରେନାର ଶିକାର ହୋଇଛନ୍ତି।

ସୂଚନାଯୋଗ୍ୟ, ଭୁବନେଶ୍ୱରରୁ ଏପର୍ଯ୍ୟନ୍ତ ୫୭୦୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୩୬୯୦ ଜଣ ସୁସ୍ଥ ହୋଇଥିବା ବେଳେ ୧୯୮୩ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। କିନ୍ତୁ ୨୮ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ବିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ବରମୁଣ୍ଡା ଜଗନ୍ନାଥ ବିହାର, ଲକ୍ଷ୍ମୀସାଗରରୁ ୫ ଜଣ ଲେଖାଏଁ, ଡୁମଡୁମା ରଘୁନାଥ ନଗରରୁ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ୪ ଜଣ ପୁଲିସ କର୍ମଚାରୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ଏଥି ସହିତ ଆଇଆରସି ଭିଲେଜ, ନିଳାଦ୍ରୀ ବିହାର ରିକ୍ସା କଲୋନି, ଝାରପଡ଼ା ଜଗନ୍ନାଥ ଏଭନ୍ୟୁରୁ ୩-୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

୮୪ ଜଣ ସ୍ଥାନୀୟ ସଂକ୍ରମଣଙ୍କ ମଧ୍ୟରେ ୬ ଜଣ ଅଛନ୍ତି ବଡ଼ଗଡ଼ ବ୍ରିଟ୍‌ କଲୋନିରୁ। ଗଜପତି ନଗରରୁ ୪ ଜଣ, ବାଣିବିହାରୁ ୩ ଜଣ, ରସୁଲଗଡ଼ ଜିଜିପି କଲୋନି, ସହିଦ ନଗରରୁ ୨-୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭୁବନେଶ୍ୱରରୁ ଆଜି ମୋଟ୍‌ ୧୨୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଆଇଆରସି ଭିଲେଜ ଏନ୍‌-୧, ନୟାପଲ୍ଲୀ ଅଂଚଳରୁ ଅଛନ୍ତି ୮-୮ ଜଣ। ବିଡିଏ କଲୋନି, କପିଳେଶ୍ୱରରୁ ୫ ଜଣ, ସେହିପରି ଭିଏସ୍‌ଏସ୍‌ ନଗର ଏଚ୍‌ବି ଅଂଚଳ, ୟୁନିଟ-୪, ବ୍ରିଟ କଲୋନି, ନିଳାଦ୍ରୀ ବିହାର ସେକ୍ଟର-୧ରୁ ୪-୪ ଜଣ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର