ଚଣ୍ଡିଗଡ଼ : ଚଣ୍ଡିଗଡ଼ରେ ମଙ୍ଗଳବାର ଖେଳାଯାଇଥିବା ଆଇପିଏଲ-୨୦୨୫ର ଏକ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ୍ ଆଗରେ ୨୨୦ ରନର ଲକ୍ଷ୍ୟ ରଖିଛି ପଞ୍ଜାବ କିଙ୍ଗସ୍ । ଏହି ମ୍ୟାଚର ମୁଖ୍ୟ ଆକର୍ଷଣ ଥିଲା ପ୍ରିୟାଂଶ ଆର୍ଯ୍ୟାଙ୍କ ବିସ୍ଫୋରକ ଶତକ ।
ଏହି ମ୍ୟାଚରେ ପଞ୍ଜାବ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୨୧୯ ରନ କରିଥିଲା । ଆଶ୍ଚର୍ଯ୍ୟ କଥା ହେଉଛି ଆଉଟ ହୋଇଥିବା ଏହି ୬ ଜଣ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ୫ ଜଣ ଦୁଇ ଅଙ୍କ ଛୁଇଁପାରିନଥିଲେ । ତେବେ ପ୍ରିୟାଂଶ ଆର୍ଯ୍ୟା ଲଢୁଆ ବ୍ୟାଟିଂର ପ୍ରଦର୍ଶନ କରି ମାତ୍ର ୪୨ଟି ବଲରେ ଶତକ ଅର୍ଜନ କରିଥିଲେ । ସେହିପରି ଶଶାଙ୍କ ସିଂ ଅପରାଜିତ ୫୨ ରନ ଓ ମାର୍କୋ ଜାନସେନ ୩୪ ରନ କରିଥିଲେ । ଚେନ୍ନାଇ ପକ୍ଷରୁ ଖଲିଲ ଅହମ୍ମଦ ଓ ରବିଚନ୍ଦ୍ରନ ଅଶ୍ବୀନ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/04/08/WztcAozMw2q5fGCKDEYi.jpg)