ଭାରତୀୟଙ୍କ ଉଦ୍ଧାର ବେଳେ ୟୁକ୍ରେନ ପ୍ରଶାସନର ସହଯୋଗିତା ପ୍ରଶଂସନୀୟ : ଏସ.ଜୟଶଙ୍କର

ନୂଆଦିଲ୍ଲୀ : ଯୁଦ୍ଧ ବିଧ୍ବସ୍ତ ୟୁକ୍ରେନରୁ ଏ ପର୍ଯ୍ୟନ୍ତ ୨୨ ହଜାର ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ବୋଲି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ଆଜି ସଂସଦରେ ବୟାନ ଦେଇଛନ୍ତି ।  ଭାରତୀୟଙ୍କ ଉଦ୍ଧାର ବେଳେ ୟୁକ୍ରେନ ପ୍ରଶାସନର ସହଯୋଗିତାକୁ ଜୟଶଙ୍କର ପ୍ରସଂଶା କରିଛନ୍ତି । ବିଶେଷକରି ଖାରକିବ ଓ ସୁମି ପରି ବିପଦପୂର୍ଣ୍ଣ ସହରରୁ ଉଦ୍ଧାର ବେଳେ ୟୁକ୍ରେନ ସରକାର ସହଯୋଗ କରିଥିଲେ ବୋଲି ସେ କହିଛନ୍ତି ।

ରାଜ୍ୟସଭାରେ ସେ କହିଥିଲେ ଯେ, ୨୨୦୦୦ ଭାରତୀୟଙ୍କୁ ସ୍ବଦେଶ ଆଣିବା ଏକ ଆହ୍ବାନମୂଳକ କାର୍ଯ୍ୟଥିଲେ ବି ଏହା ସମ୍ଭବ ହୋଇଥିଲା । ଏଥିସହ ଆଡଭାଇଜରୀ ଜାରି ହେବା ସତ୍ତ୍ବେ ଅଧିକାଂଶ ଛାତ୍ରଛାତ୍ରୀ ୟୁକ୍ରେନରେ ରହିବାକୁ ନିଷ୍ପତ୍ତି ନେଇଥିଲେ । ଅଧିକାଂଶ ପିଲା ଯୁଦ୍ଧ ଚାଲିଥିବା ଅଂଚଳଗୁଡ଼ିକରେ ଥିଲେ । ଏଣୁ ସେମାନଙ୍କ ପ୍ରତି ସିଧାସଳଖ ବିପଦ ଥିଲା । ଏହା ସତ୍ତ୍ବେ ପ୍ରାୟ ୨୨ ହଜାର ଭାରତୀୟଙ୍କୁ ଉଦ୍ଧାର କରାଯାଇଥିଲା । ୩୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ଛାତ୍ରଛାତ୍ରୀ ସେଠାରେ ଥିଲେ ।

ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶ କ୍ରମେ ଅପରେସନ ଗଙ୍ଗା ଆରମ୍ଭ ହୋଇଥିଲା । ଏହି ଅପରେସନ ମାଧ୍ୟମରେ ହିଁ ୨୨ ହଜାର ଭାରତୀୟଙ୍କୁ ଉଦ୍ଧାର କରାଯାଇଥିଲା । ଭାରତୀୟଙ୍କ ଉଦ୍ଧାର ବେଳେ ୟୁକ୍ରେନ ପ୍ରଶାସନର ସହଯୋଗିତାକୁ ଜୟଶଙ୍କର ପ୍ରସଂଶା କରିଛନ୍ତି । ସୂଚନାଯୋଗ୍ୟ ଯେ, ୟୁକ୍ରେନରୁ ଉଦ୍ଧାର ହୋଇଥିବା ୨୨ ହଜାର ଭାରତୀୟଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଡାକ୍ତରୀ ଛାତ୍ରଛାତ୍ରୀ ।

ସମ୍ବନ୍ଧିତ ଖବର