୨୨ ସ୍ଥାନରେ ସିବିଆଇ ଚଢଉ

ହିମାଚଳ ପ୍ରଦେଶରେ ୨୫୦ ‌େକାଟିର ମେଧାବୃତ୍ତି ଦୁର୍ନୀତି

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ଛାତ୍ରଛାତ୍ରୀଙ୍କ ମେଧାବୃତ୍ତି ଯୋଜନାରେ ୨୫୦ କୋଟିର ଦୁର୍ନୀତି ସାମ୍ନାକୁ ଆସିଛି। ଏହି ମାମଲାରେ ସିବିଆଇ ସୋମବାର ହିମାଚଳ ପ୍ରଦେଶ, ପଞ୍ଜାବ ଏବଂ ହରିୟାଣାର ୨୨ଟି ସ୍ଥାନରେ ଚଢଉ କରିଛି। ଏହି ଦୁର୍ନୀତିର ପ୍ରାଥମିକ ତଦନ୍ତ କରି ସିବିଆଇ କିଛି ଦିନ ତଳେ ମାମଲା ରୁଜୁ କରିଥିଲା। ହିମାଚଳ ପ୍ରଦେଶର ଉନା, ସିମଲା, ସୋଲନ, ବିଳାସପୁର, ଚମ୍ବ, କାଙ୍ଗ୍‌ରା ଏବଂ ସିର୍‌ମାଉର୍‌, ପଂଜାବର ମୋହାଲି, ନୱାନସହର ଏବଂ ଗୁରଦାସପୁର ଏବଂ ହରିୟାଣାର କର୍ନାଲ୍‌ ଏବଂ ଅମ୍ବାଲା ଆଦି ସ୍ଥାନରେ ଚଢଉ ହୋଇଛି। ମାଟ୍ରିକ୍‌ ପୂର୍ବରୁ ଏବଂ ମାଟ୍ରିକ୍‌ ପରେ ଦିଆଯାଉଥିବା ବୃତ୍ତି ଏବଂ କେନ୍ଦ୍ର ଦ୍ୱାରା ଏସସି, ଏସଟି ଓ ଓବିସି ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ବୃତ୍ତି ଯୋଜନାରେ ଏହି ଦୁର୍ନୀତି ହୋଇଥିବା ଜଣାପଡିଛି। ବଣ୍ଟାଯାଇଥିବା ଟଙ୍କା ଛାତ୍ରଛାତ୍ରୀମାନେ ପାଇନଥିବା ଜଣାପଡିଛି। ଅଧିକାଂଶ କ୍ଷେତ୍ରରେ ଉକ୍ତ ଟଙ୍କା ଅନିୟମିତ ଭାବେ ଅନ୍ୟ ଆକାଉଣ୍ଟକୁ ଯାଇଥିବା ସିବିଆଇ ଅନୁସନ୍ଧାନରୁ ଜଣାପଡିଛି। ୨୦୧୩ରୁ ୨୦୧୭ ମଧ୍ୟରେ ଏହି ଦୁର୍ନୀତି ହୋଇଛି।

ସମ୍ବନ୍ଧିତ ଖବର