ସଫ୍ଟଓ୍ଵାର ଖରାପ,ଏୟାରଇଣ୍ଡିଆର ୨୩ଟି ଫ୍ଲାଇଟ ବିଳମ୍ବିତ

ନୂଆଦିଲ୍ଲୀ : ଦେବାଳିଆ ସ୍ଥିତିରେ ଥିବା ରାଷ୍ଟ୍ରାୟତ ବିମାନସେବା କମ୍ପାନି ଏୟାରଇଣ୍ଡିଆର ସମସ୍ୟା ଶେଷହେବାର ନାଁ ଧରୁନାହିଁ । ଆଜି ଏହାର ଚେକ-ଇନ ସଫ୍ଟଓ୍ଵାରରେ ତ୍ରୁଟି ଦେଖାଯିବାରୁ ପ୍ରାୟ ୨୩ ଟି ଫ୍ଲାଇଟ ଉଡାଣରେ ବିଳମ୍ବ ହୋଇଛି । ଏହି ସଫ୍ଟଓ୍ଵାରଟି ପ୍ରାୟ ୧୫ରୁ ୩୦ ମିନିଟ୍‌ ଖରାପ ରହିଥିଲା । ଏହା ଯୋଗୁଁ ଫ୍ଲାଇଟ ଗୁଡ଼ିକ ବିଳମ୍ବ ହୋଇଥିଲା ବୋଲି କମ୍ପାନି ତରଫରୁ କୁହାଯାଇଛି । ଅପରାହ୍ନ ୧ଟାରୁ ୨ଟା ୩୦ ମିନିଟ ପର୍ଯ୍ୟନ୍ତ କମ୍ପାନିର ଚେକ ଇନରେ ସମସ୍ୟା ଦେଖାଦେଇଥିଲା । ସଫ୍ଟଓ୍ଵାର ଖରାପ ଥିବାରୁ ପାରମ୍ପରିକ ଉପାୟରେ ଚେକ-ଇନ ଓ ବୋଡିଂ କରାଯାଇଥିଲା । ଏୟାରଇଣ୍ଡିର ଏହି ସଫ୍ଟଓ୍ଵାରକୁ ସିଟା ନାମକ ଆଇଟି କମ୍ପାନି ପରିଚାଳନା କରିଥାଏ ।

ଏୟାର ଇଣ୍ଡିଆକୁ ବିକ୍ରି କରିବାକୁ ସରକାର କିଛି ମାସ ତଳେ ଡାକିଥିବା ନିଲାମ ବିଫଳ ହେବା ପରେ ସରକାର ଏବେ ନିଜର ଯୋଜନାରେ କେତେକ ପରିବର୍ତ୍ତନ କରୁଛନ୍ତି । ଏଥର ୧୦୦ ପ୍ରତିଶତ ଅଂଶଧନ ବିକ୍ରି କରିବାକୁ ସରକାର ଚିନ୍ତା କରୁଛନ୍ତି ।

ସମ୍ବନ୍ଧିତ ଖବର