କାହାକୁ ନଜଣାଇ ହସ୍ପିଟାଲ ଛାଡ଼ି ପଳାଇଲେ ୨୩ଜଣ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଦିଲ୍ଲୀରେ ଘଟିଛି ଏକ ଅଭାବନୀୟ ଘଟଣା | କାହାକୁ ନଜଣାଇ ଡାକ୍ତରଖାନାରେ ଭର୍ତ୍ତି ଥିବା ୨୩ଜଣ କରୋନା ରୋଗୀ  ଚାଲିଯାଇଥିବା ଜଣାପଡିଛି | ଏହି ଖବର ସାମ୍ନାକୁ ଆସିବା ପରେ ନିଜର ଅପାରଗତାକୁ ଲୁଚାଇବା ପାଇଁ ଅନ୍ୟ ସ୍ଥାନରେ ମଧ୍ୟ ଏଭଳି ଘଟୁଥିବା କହିଛନ୍ତି ଉତ୍ତର ଦିଲ୍ଲୀର ମେୟର ଜୟ ପ୍ରକାଶ |

ମିଳିଥିବା ସୂଚନା ମୁତାବକ, ଏପ୍ରିଲ ୧୯ରୁ ମେ’ ୬ମଧ୍ୟରେ ୨୩ଜଣ କରୋନା ଆକ୍ରାନ୍ତ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଖସି ପଳାଇଥିବା ଜଣାପଡିଛି | ଉତ୍ତର ଦିଲ୍ଲୀରେ ଥିବା ହିନ୍ଦୁ ରାଓ ହସ୍ପିଟାଲରେ ଏଭଳି ଘଟଣା ଘଟିଛି | ତେବେ ଏଭଳି ହଠାତ ଡାକ୍ତରଖାନାରୁ କରୋନା ରୋଗୀ ଚାଲିଯିବା ପଛର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ |

ଏନେଇ ମେୟରଙ୍କୁ ପଚରାଯିବା ପରେ ସେ କହିଛନ୍ତି ଯେ, ଏହି ଘଟଣା ସାମ୍ନାକୁ ଆସିବା ପରେ ଖସି ପଳାଇଥିବା ୨୩ଜଣଙ୍କୁ ଖୋଜିବା ପାଇଁ ଦିଲ୍ଲୀ ପୁଲିସକୁ କୁହାଯାଇଛି | ଏହା କେବଳ ହିନ୍ଦୁ ରାଓ ହସ୍ପିଟାଲରେ ନୁହେଁ ସରକାରୀ ହସ୍ପିଟାଲରେ ମଧ୍ୟ ଘଟୁଛି |

ସମ୍ବନ୍ଧିତ ଖବର