ବାଗଦାଦ୍ : ବାଗଦାଦ୍ରେ ସରକାର ବିରୋଧରେ ଆନ୍ଦୋଳନ କରିଥିବା ଆନ୍ଦୋଳନକାରୀଙ୍କ ଉପରେ ଗତ ରାତିରେ ଏକ ବଡ଼ ଗୋଷ୍ଠୀ ପକ୍ଷରୁ ସଶସ୍ତ୍ର ଆକ୍ରମଣ ହୋଇଥିଲା । ଏଥିରେ ୨୩ ଜଣଙ୍କ ଆନ୍ଦୋଳନକାରୀଙ୍କୁ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୩୦ ଜଣ ଆହତ ହୋଇଛି। ମୃତକଙ୍କ ମଧ୍ୟରେ ୩ ଜଣ ପୁଲିସ କର୍ମୀ ମଧ୍ୟ ଅଛନ୍ତି। ହଜାର ହଜାର ଇରାକୀ ନାଗରିକ ସେଣ୍ଟ୍ରାଲ୍ ସ୍କୋୟାର ଏବଂ ୩ଟି ବ୍ରିଜ୍କୁ ଅକ୍ତିଆର କରିବା ସହ ବର୍ତ୍ତମାନର ରାଜନୈତିକ ପଦ୍ଧତିକୁ ସମ୍ପୂର୍ଣ୍ଣ ହଟାଇଦେବା ବିକ୍ଷୋଭ କରୁଥିଲେ। ପ୍ରାୟ ସପ୍ତାହେରୁ ଊର୍ଦ୍ଧ୍ବ ସମୟ ଧରି ସେମାନେ ଆନ୍ଦୋଳନ କରିଆସୁଥିଲେ।
ବାଗଦାଦ୍ରେ ଆନ୍ଦୋଳନକାରୀଙ୍କ ଉପରେ ଆକ୍ରମଣ, ୨୩ ମୃତ
/sambad/media/post_attachments/wp-content/uploads/2019/12/baghdad.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)