ନୂଆଦିଲ୍ଲୀ: ପାକିସ୍ତାନ ଉଚ୍ଚାୟୁକ୍ତଙ୍କ ଦପ୍ତରରୁ ୨୩ ଜଣ ଭାରତୀୟଙ୍କ ପାସପୋର୍ଟ ହଜି ଯାଇଥିବା ଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହା ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି। ଏହି ଭାରତୀୟମାନେ ସମସ୍ତେ ତୀର୍ଥଯାତ୍ରୀ,ଯେଉଁମାନେ ପାକିସ୍ତାନର ଏକ ଗୁରୁଦ୍ୱାରାକୁ ଯାତ୍ରା କରିଥାନ୍ତେ। ଏହି ମାମଲା ସଂପର୍କରେ ବିଦେଶ ମନ୍ତ୍ରାଳୟ ଅବଗତ ହେବାପରେ ଏହି ୨୩ ଜଣ ଭାରତୀୟଙ୍କ ଭିତରୁ କେତେଜଣ ପୁଲିସ ନିକଟରେ ଏତଲା ଦେଇଛନ୍ତି। ମନ୍ତ୍ରାଳୟ ଏବେ ଏହି ସମସ୍ତ ପାସପୋର୍ଟକୁ ରଦ୍ଦ କରିବା ଲାଗି ପ୍ରସ୍ତୁତ ହେଉଛି। ଏଠାରେ ସୂଚନାଯୋଗ୍ୟ ଯେ ଗତ ୨୧ ରୁ ୩୦ ନଭେମ୍ବର ଭିତରେ ୩୮୦୦ ଜଣ ଶିଖ ତୀର୍ଥଯାତ୍ରୀଙ୍କୁ ପାକିସ୍ତାନ ସରକାର ଭିସା ଦେଇଥିଲେ। ଏହି ୨୩ ଜଣ ଭାରତୀୟ ମଧ୍ୟ ସେହି ୩୮୦୦ ଜଣ ତୀର୍ଥଯାତ୍ରୀଙ୍କ ଭିତରେ ସାମିଲ।
/sambad/media/post_attachments/wp-content/uploads/2018/12/passport-660_062718094500.jpg)
ଯେଉଁ ଏଜେଣ୍ଟଙ୍କଠାରୁ ଏହି ୨୩ ଜଣ ଭାରତୀୟ ଭିସା ସଂଗ୍ରହ କରିଥିଲେ,ସେ ହିଁ ପ୍ରଥମେ ଏକଥାର ଖୁଲାସା କରିଥିଲେ। ଜଣେ ଅଧିକାରୀ କହିଛନ୍ତି ଯେ ଏହା ଏକ ଗମ୍ଭୀର ପ୍ରସଙ୍ଗ। ଏହି ପାସପୋର୍ଟର ଭିସା ରୋକିବା ଲାଗି ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/pak-3.jpg)