ନୂଆଦିଲ୍ଲୀ : କରୋନା ଟିକା ନେଇ ନରଓ୍ବେରେ ୨୩ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । କିନ୍ତୁ ଏହାକୁ ନେଇ କଂଗ୍ରେସ ଭାରତରେ ସରକାରଙ୍କୁ ଟାର୍ଗେଟ କରିଛି । ଆଜି ସାରା ଦେଶରେ କରୋନା ଟିକାକରଣ ଆରମ୍ଭ ହୋଇଥିବା ବେଳେ ଏହାକୁ ନେଇ ଆଲୋଚନା-ସମାଲୋଚନା ଚାଲିଛି।
କଂଗ୍ରେସ ନେତା ମନିଷ ତିଓ୍ବାରୀ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଟିକାକୁ ନେଇ ତାଙ୍କ ଦଳ ଯେଉଁ ଆଶଙ୍କା କରୁଛି ତାହା କପୋଳକଳ୍ପିତ ନୁହେଁ, ବରଂ ସତ୍ୟତା ଉପରେ ଆଧାରିତ । ନରଓ୍ବେରେ କ’ଣ ହେଲା ତାହା ଦେଖ । ତାହା ଏକ ଅଲଗା ଟିକା ହୋଇପାରେ, କିନ୍ତୁ ଟିକା ଜାତୀୟତାବାଦ ପଛରେ ଲୁଚ ନାହିଁ ।
Dear Dr @drharshvardhan
Concerns that I have articulated are real & not imagined. It is not fear Mongering.Look what is happening in Norway. It may be a different vaccine but do not hide behind vaccine nationalism. ANS QUES’s
Expected better of you Sir https://t.co/VFo1fXEEa9https://t.co/eSWUxpmrvU— Manish Tewari (@ManishTewari) January 16, 2021
ଏହା ପୂର୍ବରୁ ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ ଯେ ମନୀଷ ଓ ତାଙ୍କ ଦଳ କେବଳ ଗୁଜବ ଓ ଅବିଶ୍ବାସ ସୃଷ୍ଟି କରିଚାଲିଛି ।
ସୂଚନାଯୋଗ୍ୟ, ନରଓ୍ବେରେ ଫାଇଜର ଟିକା ନେଇ ୨୩ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଏହି ଲୋକମାନେ ପ୍ରଥମ ଦଫା ଟିକା ନେବା ପରେ ଗୁରୁତର ଅସୁସ୍ଥ ହୋଇଯାଇଥିଲେ ଓ ପ୍ରାଣ ହରାଇଥିଲେ । ଟିକା ପାର୍ଶ୍ବପ୍ରତିକ୍ରିୟା ଯୋଗୁଁ ସେମାନେ ମୃତ୍ୟୁବରଣ କରିଥିବା ଶବବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି ।
ଏହା ପରେ ନରଓ୍ବେ ଟୀକାକରଣକୁ ବନ୍ଦ କରିବା ସହ ସତର୍କତା ଜାରି କରିଛି । ଫାଇଜର ଟିକା ବୟସ୍କ ଓ ରୋଗୀ ଲୋକମାନଙ୍କ ପାଇଁ ସୁରକ୍ଷିତ ନୁହେଁ ବୋଲି ନରଓ୍ବେ ସରକାର କହିଛନ୍ତି।