ଘର ବାଲ୍‌କୋନିରେ ଯୋଗ କରୁଥିବା ବେଳେ ୬ମହଲା ଉପରୁ ତଳକୁ ଖସି ପଡ଼ିଲେ ମହିଳା, ତା’ ପରେ…

ନୂଆଦିଲ୍ଲୀ : ନିଜକୁ ଫିଟ୍‌ ଓ ରୋଗମୁକ୍ତ ରଖିବା ପାଇଁ ଲୋକେ ଯୋଗ କରିଥାନ୍ତି । ଆଜିକାଲି ଯୋଗକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ପ୍ରତିଦିନ ସକାଳୁ ଉଠି ଲୋକେ ଯୋଗ କରିବାକୁ ପସନ୍ଦ କରୁଛନ୍ତି । ତେବେ ଆଲେକ୍ସା ନାମକ ଜଣେ ମହିଳାଙ୍କ ସହ ଯୋଗ କରିବା ସମୟରେ ଯେଉଁ ଘଟଣା ଘଟିଛି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଯୋଗ କରୁଥିବା ସମୟରେ ସେ ୬ମହଲା ତଳକୁ ଖସି ପଡ଼ିବା ସହ ତାଙ୍କ ଶରୀରର ୧୦୦ଟି ହାଡ଼ ଭାଙ୍ଗି ଯାଇଥିବା ଜଣା ପଡ଼ିଛି । ସବୁଠାରୁ ବଡ଼ କଥା ହେଲା ଏତେ ଉଚ୍ଚରୁ ଖସିବା ପରେ ମଧ୍ୟ ସେ ଜୀବତ ଅଛନ୍ତି ।

Image result for 23-yo-doing-yoga-on-her-balcony-railing-falls-80-feet-breaks-almost-100-bones-survives
indiatimes.com

ସୂଚନା ମୁତାବକ, ଶନିବାର ୬ମହଲା ଉପରେ ଥିବା ନିଜ ଘର ବାଲ୍‌କୋନିରେ ଯୋଗ କରିବାକୁ ପହଞ୍ଚିଥିଲେ ଆଲେକ୍ସ । ବାଲ୍‌କୋନିରେ ଲାଗିଥିବା ଲୁହା ବାଡ଼ରେ ଓହଳି ସେ ଯୋଗ କରିବା ଆରମ୍ଭ କରିଥିଲେ । ଏହି ସମୟରେ ହଠାତ୍‌ ସେ ତଳକୁ ଖସି ପଡ଼ିବା ସହ ଅଚେତ ହୋଇ ଯାଇଥିଲେ । ଏତେ ଉପରୁ ଖସିବାରୁ ତାଙ୍କ ଗୋଡ଼, ହାତ ଓ ମୁଣ୍ଡର ହାଡ଼ ଭାଙ୍ଗି ଯାଇଥିଲା । ତୁରନ୍ତ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ  ୧୧ ଘଣ୍ଟା ପର୍ଯ୍ୟନ୍ତ ତାଙ୍କର ସର୍ଜରୀ କରାଯାଇଥିଲା । ଏବେ ସେ ଜୀବିତ ଥିଲେ ମଧ୍ୟ ସୁସ୍ଥ ହେବା ପାଇଁ ଅନେକ ସମୟ ଲାଗିବ ବୋଲି କହିଛନ୍ତି ଡାକ୍ତର । ଭଲ ଭାବରେ ଚାଲିବା ପାଇଁ ତାଙ୍କୁ ୩ବର୍ଷ ସମୟ ଲାଗିବ ବୋଲି ଡାକ୍ତର କହିଛନ୍ତି ।

ସମ୍ବନ୍ଧିତ ଖବର