ସମ୍ପ୍ରସାରଣ ପରେ ପ୍ରଥମ କ୍ୟାବିନେଟ ବୈଠକ: କରୋନା ଲଢେଇ ପାଇଁ ୨୩,୦୦୦କୋଟି ଟଙ୍କାର ପ୍ୟାକେଜ

ନୂଆଦିଲ୍ଲୀ: ଗତକାଲି ମୋଦୀ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇଥିଲା | ୪୩ଜଣ ନେତା ଶପଥ ଗ୍ରହଣ କରିଥିଲେ | ୧୫ଜଣ କ୍ୟାବିନେଟ ମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ସହ ୨୮ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ | ତେବେ ଆଜି ଶପଥ ଗ୍ରହଣ କରିଥିବା ମନ୍ତ୍ରୀ ନିଜ ନିଜର ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ କ୍ୟାବିନେଟ ବୈଠକ ଆରମ୍ଭ ହୋଇଥିଲା | ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି |

Cabinet nod for additional fertiliser subsidy worth ₹14,775 crore - The Hindu
The Hindu

କରୋନା ଲଢେଇ ପାଇଁ ୨୩,୦୦୦ କୋଟି ଟଙ୍କାର ପ୍ୟାକେଜ ଅନୁମୋଦିତ ହୋଇଛି | ଏନେଇ ନୂଆ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି ଯେ, “କରୋନା ସହ ଲଢ଼ିବା ପାଇଁ କେନ୍ଦ୍ର ସରକାର ପ୍ରଥମେ ୧୫,୦୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିଲେ । ଏହି ପ୍ୟାକେଜରୁ କିଛି ଟଙ୍କା ୮,୩୩୮ ଉତ୍ସର୍ଗୀକୃତ କୋଭିଡ୍ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ପାଇଁ ମଧ୍ୟ ବ୍ୟବହୃତ ହୋଇଥିଲା। ଏବେ କରୋନାର ଦ୍ୱିତୀୟ ଲହରରେ ଘଟିଥିବା ସମସ୍ୟାର ମୁକାବିଲା ପାଇଁ ୨୩,୦୦୦ କୋଟି ଟଙ୍କା ପ୍ୟାକେଜ୍ ଦିଆଯିବ | ୮,୦୦୦ କୋଟି ରାଜ୍ୟରୁ ଆସିବ ଏବଂ କେନ୍ଦ୍ରରୁ ୧୫,୦୦୦ କୋଟି ଆସିବ ବୋଲି ମନସୁଖ ମାଣ୍ଡଭିୟ କହିଛନ୍ତି |

ବୈଠକ ଶେଷ ପରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି କି, ଦେଶରେ କୃଷକ ମାନଙ୍କୁ ମଜବୁତ କରିବାକୁ ହେଲେ ପ୍ରଥମେ ମଣ୍ଡିଗୁଡିକୁ ମଜବୁତ କରିବାର ଆବଶ୍ୟକତା ରହିଛି । ଏହି କ୍ରମରେ ସରକାର ମଣ୍ଡି ମାଧ୍ୟମରେ କୃଷକଙ୍କ ନିକଟରେ ୧ ଲକ୍ଷ କୋଟି ଟଙ୍କା ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି ।

ଅନ୍ୟପଟେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର କହିଛନ୍ତି କି, ଏପିଏମସି ମଣ୍ଡିଗୁଡିକୁ ସରକାର ମଜବୁତ କରୁଛନ୍ତି । କୃଷି ମଣ୍ଡିର ବିକାଶ ପାଇଁ ସରକାର ପର୍ଯ୍ୟାପ୍ତ ପରିମାଣର ଅର୍ଥ ବିନିଯୋଗ କରୁଛନ୍ତି । ଏହାସହ ନୂଆ କୃଷି ଆଇନ ବଳରେ ସରକାର ମଣ୍ଡି ବ୍ୟବସ୍ଥାକୁ ଉଠାଇ ଦେବେ ବୋଲି କିଛି କୃଷକ ସଂଗଠନ କରୁଥିବା ପ୍ରଚାରକୁ ଖଣ୍ଡନ କରିଛନ୍ତି କୃଷିମନ୍ତ୍ରୀ । ସେ କହିଛନ୍ତି କି କୌଣସି ପରିସ୍ଥିତିରେ ମଣ୍ଡି ବ୍ୟବସ୍ଥାକୁ ବନ୍ଦ କରାଯିବ ନାହିଁ ।

ସମ୍ବନ୍ଧିତ ଖବର