ଶ୍ରୀନଗର: ଜମ୍ମୁ-କାଶ୍ମୀରର ଶ୍ରୀନଗର ବିମାନ ବନ୍ଦରରେ ବୁଧବାର ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ଏକ ବଡ଼ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ଉକ୍ତ ବିମାନରେ ୨୩୩ ଜଣ ଯାତ୍ରୀ ବସି ଯାତ୍ରା କରୁଥିବା ଜଣାଯାଇଛି। ସମସ୍ତ ଯାତ୍ରୀଙ୍କୁ ବିମାନରୁ ଯୁଦ୍ଧକାଳୀନଭିତ୍ତିରେ ବିମାନରୁ ଓହ୍ଲାଇ ଦିଆଯାଇଥିଲା। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କାହାରି କିଛି କ୍ଷତି ହୋଇନାହିଁ।
ପ୍ରକାଶିତ ରିପୋର୍ଟ ମୁତାବକ, ବୁଧବାର ମଧ୍ୟାହ୍ଣ ସମୟରେ ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ୬ଇ-୨୫୫୯ ଶ୍ରୀନଗରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ତେବେ ଶ୍ରୀନଗର ଏୟାରପୋର୍ଟ ରନୱେରୁ ହଟାଯାଇଥିବା ବରଫକୁ ଗୋଟିଏ କୋଣରେ ଗଦାଇ ଦିଆଯାଇଥିଲା। ବିମାନଟି ଉଡିବାକୁ ଆରମ୍ଭ କରୁଥିବା ବେଳେ କୌଣସି କାରଣବଶତଃ ସେଠାରେ ଯାଇ ଧକ୍କା ହୋଇଥିଲା। ଏଥିରେ ବିମାନ ଭିତରେ ବସିଥିବା ଯାତ୍ରୀଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା।
/sambad/media/post_attachments/75b80899ed8dae8437ef5cffc2914753a364f139bb7d525ca43b41604b230a49.jpg)
ପାଇଲଟ ଉପସ୍ଥିତ ବୁଦ୍ଧି ଖଟାଇ ବିମାନଟିକୁ ଆୟତ୍ତ କରି ନେଇଥିଲେ। ତେବେ ବିମାନ ବନ୍ଦର କର୍ତ୍ତୃପକ୍ଷ ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ତୁରନ୍ତ ପଦକ୍ଷେପ ନେବା ସହ ବିମାନରୁ ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦେଇଥିଲେ। ଏହାପରେ ବିମାନକୁ ଯାଞ୍ଚ କରାଯାଇଥିଲା। ବିମାନ ସମ୍ପୂର୍ଣ୍ଣ ଯାଞ୍ଚ ପରେ ଯାଇ ପୁଣି ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା।
ବିମାନବନ୍ଦର କର୍ତ୍ତୁପକ୍ଷଙ୍କ ବେପରୁଆ ମନୋଭାବ ଯୋଗୁଁ ବାରମ୍ବାର ଦୁର୍ଘଟଣାରେ ଶକାର ହେଉଛି ବିମାନ । ତେଣୁ ବିମାନ ଛାଡିବା ପୂର୍ବରୁ ବିମାନବନ୍ଦର କର୍ତ୍ତୁପକ୍ଷ ବିମାନ ସହ ପାରିପାର୍ଶ୍ବିକସ୍ଥିତିର ସଠିକ୍ ଯାଞ୍ଚ କରିବାକୁ ସାଧାରଣରେ ଦାବି ହୋଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/airpot.jpg)